ସ୍ବଦେଶୀ ଜାଗରଣ ମଞ୍ଚର ବିଶ୍ବ ପର୍ଯ୍ୟାବରଣ ଦିବସ ପାଳନ

ସ୍ବଦେଶୀ ଜାଗରଣ ମଞ୍ଚର ବିଶ୍ବ ପର୍ଯ୍ୟାବରଣ ଦିବସ ପାଳନ
ବିଶ୍ବ ପର୍ଯ୍ୟାବରଣ ଦିବସରେ ସ୍ବଦେଶୀ ଜାଗରଣ ମଞ୍ଚ ଭୁବନେଶ୍ବର ତରଫରୁ ରସୁଲଗଡ଼ ବଢେଇ ଠାକୁରାଣୀ ପରିସରରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ୫୦ଟି ଗଛ ଲଗାଯାଇଛି। ସେହିଭଳି ଉକ୍ତ ଦିନ ଅପରାହ୍ନ ୪.୩୦ ମି ସମୟରେ ରସୁଲଗଡ଼ ଛକ ଠାରେ ନେତାଜୀ ସୁବାସ ଚନ୍ଦ୍ରବୋଷଙ୍କ ପ୍ରତିମୂର୍ତ୍ତି ସମୁଖରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦର୍ଶନ କରାଗଲା। ଉଭୟ କାର୍ଯ୍ୟକ୍ରମରେ ସ୍ବଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ, ପୂର୍ବ କ୍ଷେତ୍ରର ସଂଯୋଜକ ଆଶୁତୋଷ ମୁଖାର୍ଜୀ, ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରଚାର ପ୍ରମୁଖ ବିଜୟ କୁମାର ରାଉତରାୟ, ମହାନଗର ସଂଯୋଜକ ଦୁଃଶାସନ ପ୍ରଧାନ, ବେଣୁଧର ବେହେରା, ଶତୃଘ୍ନ ତରାଇ, ଛାତ୍ରଛାତ୍ରୀ, ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଅନ୍ନଦା ଶଙ୍କର ପାଣିଗ୍ରାହୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପରିବେଶ ସୁରକ୍ଷାରେ ବୃକ୍ଷରୋପଣ ର ଆବଶ୍ୟକତା ଓ ପ୍ଲାଷ୍ଟିକ ବସ୍ତୁ ସମାଜ ପାଇଁ ସୃଷ୍ଟି କରୁଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଓଡ଼ିଶା ପ୍ରାନ୍ତ ସଂଯୋଜକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇଥିଲା।

Leave a Reply