ଗୋସାଈଁ ନୂଆଗାଁ ରେ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର, ଗୋସାଈଁ ନୂଆଗାଁ ରେ ଆଜି ଏହି କାର୍ଯ୍ୟକ୍ରମ ପାଳନ କରାଯାଇ ଥିଲା । ମୁଖ୍ୟ ଅତିଥ୍ୟ ରୂପେ ମରାଠା ସେବା ସଂଘ ର ପ୍ରଦେଶ ଅଧକ୍ଷ ଶ୍ରୀ ଅନିଲ କୁମାର ଦେଶମୁଖ ଯୋଗ ଦେଇଥିଲେ । ଛତ୍ରପତି ଶିବାଜୀ ମହାରାଜାଙ୍କ ହିନ୍ଦୁ ସ୍ବରାଜ ର ସ୍ଥାପନ ବିଷୟରେ ଉପସ୍ଥିତ ସ୍ବୟଂସେବକ ମାନକୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତାଭାବେ ଶ୍ରୀ ସମାଧାନ ପଣ୍ଡା ଯୋଗ ଦେଇ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ବାରା ପ୍ରତିଷ୍ଠିତ ସ୍ବରାଜ ସେ ସମୟ ରେ ଘଟି ଥିବା ଘଟଣା ବଳି ବିଷୟରେ ଆଲୋକପାତ କରିଥିଲେ । ସର୍ବୋପରି ଶିବାଜୀଙ୍କ ଲକ୍ଷ୍ୟ ନୀତି ଏବଂ ଆଦର୍ଶ କୁ ଅନୁସରଣ କରିବା ପାଇଁ ଉପସ୍ଥିତ ସ୍ବୟଂସେବକମାନଙ୍କୁ ଆହ୍ବାନ ଦେଇଥିଲେ । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଗଞ୍ଜାମ ବିଭାଗ କାର୍ଯ୍ୟବାହ ମନୋଜ ଚୌଧୁରୀ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ଉପନଗର କାର୍ଯ୍ୟବାହ ପିଣ୍ଟୁ ସାହୁ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ନୀଳକଣ୍ଠ ଚୌଧୁରୀ, ମାଧବ ନାୟକ, ନରସିଂହ ପାତ୍ର, ଭଗବାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।