ୱାକଫ୍ ସମ୍ପତ୍ତିର ହେବ ଜିଓ ଟ୍ୟାଗିଙ୍ଗ୍, ରହିବ ଡିଜିଟାଲ୍ ଲିଷ୍ଟ; UMEED ପୋର୍ଟାଲ ଲଞ୍ଚ୍ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଉମ୍ମିଦ ପୋର୍ଟାଲ ଲଞ୍ଚ୍ କରିଛନ୍ତି । ଏଥିରେ ସମସ୍ତ ୱାକଫ୍ ସମ୍ପତ୍ତିର ଜିଓ ଟ୍ୟାଗିଙ୍ଗ୍ ପରେ ଏକ ଡିଜିଟାଲ୍ ସୂଚୀ ପ୍ରସ୍ତୁତ କରାଯିବ । କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁ ଏହାକୁ ଐତାହାସିକ ପଦକ୍ଷେପ କହି କହିଛନ୍ତି, ସମୁଦାୟର ସ୍ୱାମିତ୍ୱ ଥିବା ୱାକଫ୍ ସମ୍ପତ୍ତି ଗରିବ ମୁସଲମାନଙ୍କ ପାଇଁ ପ୍ରଭାବୀ ଓ ନିରପେକ୍ଷ ଉପଯୋଗକୁ ସୁନିଶ୍ଚିତ କରିବ । ଉମ୍ମିଦ ପୋର୍ଟାଲ ଏକୀକୃତ ୱାକଫ୍ ପ୍ରବନ୍ଧନ, ସଶକ୍ତିକରଣ, ଦକ୍ଷତା ଓ ବିକାଶ ଅଧିନିୟମ, ୧୯୯୫ର ସଂକ୍ଷିପ୍ତ ରୂପ ଅଟେ ।

କେନ୍ଦ୍ରମନ୍ତ୍ରୀ ଏହି ପୋର୍ଟାଲର ଶୁଭାରମ୍ଭ କରି କହିଛନ୍ତି, ଉମ୍ମିଦ ପୋର୍ଟାଲ ଭାରତର ୱାକଫ୍ ସମ୍ପତ୍ତି ପରିଚାଳନା ଓ ପ୍ରଶାସନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଏହା ଦ୍ୱାରା ପାରଦର୍ଶିତା ଆସିବା ସହ ଗରିବ ମୁସଲମାନ, ଖାସକରି ମହିଳା ଓ ପିଲାଙ୍କ ପାଇଁ ସହାୟକ ହେବ । ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏହି ପୋର୍ଟାଲ ଲଞ୍ଚରେ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିୟନ୍ ମଧ୍ୟ ଉପସ୍ଥିତ ଥିଲେ । 

ସଂଖ୍ୟାଲଘୁ ମନ୍ତ୍ରଣାଳୟ ଆରମ୍ଭ କରାଯାଇଥିବା ଏହି ପୋର୍ଟାଲ ଉଦ୍ଦେଶ୍ୟ ପାରଦର୍ଶିତା, ଉତ୍ତରଦାୟୀ ଓ ଜନ ଭାଗିଦାରୀଙ୍କୁ ସୁନିଶ୍ଚିତ କରିବା । ଏହାସହ ସମସ୍ତ ୱାକଫ୍ ସମ୍ପତ୍ତିର ଜିଓ ଟ୍ୟାଗିଙ୍ଗ ସହ ଏକ ଡିଜିଟାଲ୍ ସୂଚୀ ପ୍ରସ୍ତୁତ କରିବା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିୟନ କହିଛନ୍ତି, ଏହି ପୋର୍ଟାଲ ଏପରି ସଂସ୍କାର ଆଣିବ ଯାହାକୁ ଦୀର୍ଘ ବର୍ଷ ଧରି ଅପେକ୍ଷା କରାଯାଇଥିଲା । ଏହି ପୋର୍ଟାଲ ୱାକଫ୍ ପ୍ରଶାସନକୁ ଲୋକଙ୍କ ନିକଟତର କରିବ ।

Leave a Reply