୪ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ  ଅଟକ

ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୪ ଅଟକ
ମାଲକାନଗିରି: ସାରା ଦେଶରେ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକି ଥିବା ବାଂଲା ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତମାନ ବଙ୍ଗଳାଦେଶ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ସରକାରୀ ଆକଳନରେ ୬୦୦ ରହି ଥିବା ବେଳେ ପ୍ରକୃତରେ ଏହା ଠୁ ଢେର ଅଧିକ ରହିଛନ୍ତି । ଖବର ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଏମଭି ୪ ଗାଁର ଏକ ଘରେ କିଛି ଅଜଣା ଲୋକେ ବେଶ୍ କିଛି ମାସ ଧରି ରହିଥିବା ବେଳେ ଏମାନେ ଅନେକ ଅସାମାଜିକ କାମରେ ଲିପ୍ତ ରହି ଥିବା ଏବଂ ଭାରତୀୟ ନାଗରିକ ହୋଇନଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଏହି ଯୁବକ ମାନଙ୍କ ଠାରୁ ଗାଁ ଲୋକେ ଅସଲ ପରିଚୟ ମାଗିବାରୁ ଏମାନେ ବାରମ୍ବାର ନିଜର ବୟାନ ବଦଳାଇବା ସହିତ ସଠିକ ତଥ୍ୟ ପ୍ରଦାନ କରି ପାରି ନଥିଲେ । ଏମାନେ ବଙ୍ଗଳାଦେଶ ଅନୁପ୍ରବେଶକାରୀ ହୋଇଥିବା ଆଶଙ୍କା କରି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଏମରି – ୪ ଗାଁ ରେ ପହଞ୍ଚି ଏହି ଯୁବକଙ୍କୁ ପଚରା ଉଚୁରା କରିବା ପରେ ଥାନାରେ ଆଣି ଅଟକ ରଖୁଛନ୍ତି । ତଦନ୍ତ ପରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।

Leave a Reply