ଗୋମାଂସ କାଟିବା ଅଭିଯୋଗରେ ୪ ଗିରଫ
ସାରସକଣା- ରାତି ସମୟରେ ଝାଡ଼ପୋଖରିଆ ପୁଲିସର ପହରା ସମୟରେ ବାଙ୍କି ଶୋଳ ଗ୍ରାମ ମଙ୍ଗଳାସାହିରେ କିଛି ଲୋକ ଗୋମାଂସ କାଟୁଥିବା ଖବର ପାଇ ଆଇଆଇସି ପ୍ରଭୂକଲ୍ୟାଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳରେ ପୁଲିସ ସଦଳବଳେ ପହଞ୍ଚିଥିଲା । ଚାରିଜଣ ବ୍ୟକ୍ତି ଗୋମାଂସ କାଟିବା ପାଇଁ ସଜବାଜ ହେଉଥିବା ଦେଖ୍ ସେମାନଙ୍କୁ କବଜାକୁ ନେବା ସହିତ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରକୁ ମଧ୍ୟ ଜବତ କରିଥିଲା । ଏବାବଦରେ ଥାନା କେଶ ନମ୍ବର ୧୩୫/୨୦୨୫ରେ ମାମଲା ରୁଜୁ ହୋଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ବାଙ୍କି ଶୋଳ ଗ୍ରାମର ଠେଲା ମୁର୍ମୁ (୬୫), ସାବନ ମୁର୍ମୁ (୩୫), କରୁଣାଶୋଳ ଗ୍ରାମର ସାମୁ ସୋରେନ(୫୦) ଓ ସୁନାମୁହିଁ ଗ୍ରାମର କୁଶେଲ କିସ୍କୁ(୩୭) ବୋଲି ଜଣାପଡିଛି । ଅଞ୍ଚଳରେ ମାଂସ ପାଇଁ ଗୋହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ପ୍ରକାଶ ଥାଉ କି ଡାକ୍ତରୀ ପରୀକ୍ଷା ପରେ ଜବତ ମାଂସକୁ ପୋତି ଦିଆଯାଇଛି।