୪ରାଜ୍ୟରେ ଆସନ୍ତାକାଲି ମକ୍ ଡ୍ରିଲ୍ । ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ହେବ ମକ୍ ଡ୍ରିଲ୍ । ଚଳିତ ମାସ ୭ ତାରିଥରେ ଦେଶ ବିଭିନ୍ନ ରାଜ୍ୟରେ ମକଡ୍ରିଲ ହୋଇଥିଲା । ସେହିଦିନ ରାତିରେ ହିଁ ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୂର କରିଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରାୟ ୩୩୦୦ କିଲୋମିଟର ସୀମା ଅଛି। ଭାରତର ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ପାକିସ୍ତାନକୁ ସ୍ପର୍ଶ କରିଥାଏ । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହିଁ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପକ୍ଷରୁ ଏସବୁ ରାଜ୍ୟଗୁଡ଼ିକୁ ହଁଟ ଟାର୍ଗେଟ୍ କରାଯାଇଥିଲା ଓ ଡ୍ରୋନ ଆକ୍ରମଣ କରାଯାଇଥିଲା । ଏଣୁ ଭବିଷ୍ୟତରେ ସମାନ ପରିସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରାଯାଉଛି ।
ଏବେ ୧୨ଟି ଆଡ୍ଡା ଉପରେ ନଜର
ଭାରତର ଅପରେସନ୍ ସିନ୍ଦୂରକୁ ନେଇ ପାକିସ୍ତାନ ଭୟଭୀତ। ଏହି ସମୟରେ, ପାକିସ୍ତାନ ଅପରେସନ୍ ସିନ୍ଦୂର ଭଳି ଆଉ ଏକ ଅପରେସନ୍ ପାଇଁ ଭୟଭୀତ। ଭାରତ ଏପର୍ଯ୍ୟନ୍ତ କେବଳ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ବିମାନ ଆକ୍ରମଣ କରିଛି। ଏପରି ପରିସ୍ଥିତିରେ, ପାକିସ୍ତାନରେ ଥିବା ଆହୁରି ୧୨ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇପାରେ। ପୂର୍ବରୁ, ଭାରତ ସ୍ପଷ୍ଟ କରିଥିଲା ଯେ ଆତଙ୍କବାଦର ଅବଶିଷ୍ଟ ସ୍ଥାନକୁ ମଧ୍ୟ ନଷ୍ଟ କରାଯିବ। ଭାରତ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସତର୍କ ରହିଛି। ପାକିସ୍ତାନର ଆତଙ୍କ ଏବଂ ଏଲଓସି ଉପରେ ଗୁଳିମାଡ଼କୁ ଦୃଷ୍ଟିରେ ରଖି, ସେନା କାଶ୍ମୀରର ୧୦ଟି ଜିଲ୍ଲାରେ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିଛି।