ଓଡ଼ିଶାରେ ରହୁଥିବା ବାଂଲାଦେଶୀଙ୍କ ସପକ୍ଷରେ ଓକିଲାତି କରି ଅଡୁଆରେ ଭୁବନେଶ୍ବର ମେୟର

ଓଡ଼ିଶାରେ ରହୁଥିବା ବାଂଲାଦେଶୀଙ୍କ ସପକ୍ଷରେ ଓକିଲାତି କରି ଅଡୁଆରେ ଭୁବନେଶ୍ବର ମେୟର
ଭୁବନେଶ୍ବର:ବାଂଲାଦେଶୀଙ୍କ ସପକ୍ଷରେ ଭୁବନେଶ୍ବର ମେୟର। ରାଜ୍ୟରୁ ବାହାର ନକରିବାକୁ ସୁଲୋଚନାଙ୍କ ଓକିଲାତି। ସୁରକ୍ଷା ଦୃଷ୍ଟିରୁ ଗୋଟିଏ ପଟେ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ତଡ଼ିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଅନ୍ୟପଟେ ଖୋଦ୍ ମେୟର ଯୁକ୍ତି ବାଢିଛନ୍ତି ବାଂଲାଦେଶୀଙ୍କ ସମର୍ଥନରେ। କହୁଛନ୍ତି, ସେମାନଙ୍କ ରାସନ କାର୍ଡ ଅଛି, ଭୋଟର କାର୍ଡ ଅଛି, ସେମାନେ ଆମ ଦେଶର ନାଗରିକ। ବାଂଲାଦେଶୀଙ୍କୁ କୌଣସି ପ୍ରକାରେ ବାହାର କରିବା ସମ୍ଭବ ନୁହେଁ। ଏପରିକି ସେମାନଙ୍କୁ ବାହାର କରାଯିବ ନାହିଁ, ଆମେ ସେମାନଙ୍କ ସହ ଅଛୁ ବୋଲି କହିବାକୁ ପଛାଇନାହାଁନ୍ତି। ଯାହାକୁ ନେଇ ତମ୍ବିତୋଫାନ ହୋଇଛି। ମେୟରଙ୍କ ମନ୍ତବ୍ୟ ବିରୋଧରେ ତେଜିଛି ପ୍ରତିବାଦ। କିନ୍ତୁ ବିରୋଧ ବଢ଼ିବା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ମେୟର।

Leave a Reply

Your email address will not be published. Required fields are marked *