ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ପରାବର୍ତ୍ତନ କାର୍ଯ୍ଯକ୍ରମ

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ପରାବର୍ତ୍ତନ କାର୍ଯ୍ଯକ୍ରମ
ଫୁଲଝର: ଦୀର୍ଘ ୨ ବର୍ଷ ତଳେ ଧର୍ମାନ୍ତରୀକରଣକାରୀଙ୍କ ଦ୍ବାରା ପ୍ରଭାବିତ ହୋଇ ହିନ୍ଦୁଧର୍ମ ଛାଡ଼ି ଭିନ୍ନଧର୍ମ ଆପଣେଇଥିଲେ ଫୁଲଝର ଗ୍ରାମର ୧୪ ଜଣ ହିନ୍ଦୁ। କିନ୍ତୁ ନୂଆଧର୍ମ ସେମାନଙ୍କ ପାଇଁ ସୁହାଇଲାନାହିଁ। ଫଳରେ ସେମାନେ ପୁନରାୟ ହିନ୍ଦୁଧର୍ମକୁ ଫେରିବା ପାଇଁ ଚେଷ୍ଟା କରିଥିଲେ। ଏ ନେଇ ସେମାନେ ସ୍ଥାନୀୟ ହିନ୍ଦୁ ଜାଗରଣ ମଞ୍ଚ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ତେଣୁ ରବିବାର ସେମାନଙ୍କୁ ହିନ୍ଦୁଧର୍ମ ଫେରାଇ ଆଣିବା ପାଇଁ ଏକ ଯଜ୍ଞର ବ୍ୟବସ୍ଥା କରାଯାଇଥିଲା । ଫୁଲଝରରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ହରି ବାବାଙ୍କ ତତ୍ତ୍ଵାବଧାନରେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସକାଳେ ମହିଳା ନିକଟସ୍ଥ ନାଳରୁ କଳସୀ ଶୋଭାଯାତ୍ରାରେ ପାଣି ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିବା ପରେ ଘଟ ସ୍ଥାପନ କରାଯାଇଥିଲା। ବିଧିବିଧାନ ଅନୁସାରେ ଯଜ୍ଞ ଆରମ୍ଭ ହୋଇଥିଲା। ପୂର୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକଙ୍କୁଲଣ୍ଡା କରାଇ ନୂତନ ବସ୍ତ୍ର ପରିଧାନ କରାଇ ଯଜ୍ଞଶାଳାରେ ବସାଇ ବିଧିବିଧାନ ଅନୁସାରେ କାର୍ଯ୍ୟକ୍ରମ କରାଯାଇଥିଲା ।

Leave a Reply