ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଏବଂ ଚୀନ ସାମଗ୍ରୀ ବର୍ଜନ ଅଭିଯାନ

ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଏବଂ ଚୀନ ସାମଗ୍ରୀ ବର୍ଜନ ଅଭିଯାନ
ଭୁବନେଶ୍ୱର: ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଏବଂ ଚୀନ ସାମଗ୍ରୀ ବର୍ଜନ ଅଭିଯାନକୁ ସମର୍ଥନ କରି ରସୁଲଗଡ଼ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାରତ ପାକିସ୍ତାନ ଉତ୍ତେଜନା ସମୟରେ ତୁର୍କୀ ଓ ବୀନ୍ ସାମରିକ ଡ୍ରେନକୁ ବ୍ୟବହାର କରି ପାକିସ୍ଥାନ ଭାରତକୁ ଆକ୍ରମଣ କରିଥିଲା । ଏହି ଦେଶଗୁଡ଼ିକ ଭାରତର ସାର୍ବଭୌମତ୍ୱ ଓ ସୁରକ୍ଷା ଚିନ୍ତାକୁ ସମ୍ମାନ ନକରିବା ଯାଏ ସେହି ଦେଶକୁ ପର୍ଯ୍ୟଟନ ଯାତ୍ରା ଓ ସେମାନଙ୍କ ସହ ସବୁ ପ୍ରକାର ବ୍ୟବସାୟରୁ ଦୂରେଇ ରହିବାକୁ ମଞ୍ଚ ପକ୍ଷରୁ ଆହ୍ବାନ ଦିଆଯାଇଛି । ଜାରା, ଆଡିଡ଼ାସ, ନାଇକ ଆଦି ବିଦେଶୀ କମ୍ପାନୀଗୁଡ଼ିକ ଦ୍ବାରା ତୁର୍କୀରେ ତିଆରି ରେଡିମେଡ ପୋଷାକକୁ ଭାରତରେ ହେଉଥ‌ିବା ବିକ୍ରି ଉପରେ ରୋକ ଲଗାଇବା ଏବଂ ମାର୍ବଲ, ପ୍ରସାଧନ ସାମଗ୍ରୀ, ସହିତ ତୁର୍କୀରୁ ଆମଦାନୀ ସମସ୍ତ ଫଳ ସାମଗ୍ରୀ ଉପରେ ରୋକ ଲଗାଇବାକୁ ନାଗରିକମାନଙ୍କୁ ଆହ୍ବାନ କରାଯାଇଛି। ରାଷ୍ଟ୍ରକୁ ସର୍ବପ୍ରଥମ କରି ଶତ୍ରୁ ଦେଶର ଆର୍ଥିକ ମାନଦଣ୍ଡକୁ ଭାଙ୍ଗି ଦେବାକୁ ଭାରତବର୍ଷ ଆବାଳ ବୃଦ୍ଧ ବନିତା ଆଗେଇ ଆସିବାକୁ ସଚେତନ କରାଯାଇଛି। ବିକ୍ଷୋଭ ପରେ ମଞ୍ଚର ପ୍ରାନ୍ତ ପ୍ରଚାର ପ୍ରମୁଖ ବିଜୟ ରାଉତରାୟ ଭୁବନେଶ୍ଵର ସଂଯୋଜକ ଦୁଃଶାସନ ପ୍ରଧାନ, କୁମୁଦ ଚନ୍ଦ୍ର ମହାନୁ, ଚନ୍ଦ୍ରଶେଖର ସି’, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥ‌ିରେ ଏଥ‌ିରେ ଅଂଶ ଗ୍ରହଣ କରିଥିଲେ I

Leave a Reply

Your email address will not be published. Required fields are marked *