ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାଂଗଠନିକ ବୈଠକ

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାଂଗଠନିକ ବୈଠକ
ବାଲିଚନ୍ଦ୍ରପୁର : ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ହୋଟେଲ ମିଡ ଇଷ୍ଟ ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଯାଜପୁର ଜିଲ୍ଲା ଶାଖାର ସାଂଗଠାନିକ ବୈଠକ ସଭାପତି ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟ ପରିଷଦ ସହସଂଗଠନ ମନ୍ତ୍ରୀ ଶ୍ରୀ ମନୋଜ କୁମାର, ପ୍ରାନ୍ତ ସଂଗଠନ ମନ୍ତ୍ରୀ ନାରାୟଣ ନାୟକ, ପ୍ରାନ୍ତ ସମ୍ପାଦକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ, ପ୍ରାନ୍ତ ସାଧାରଣ ସମ୍ପାଦକ ଡକ୍ଟର ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ସାହିତ୍ୟ ସମାଜର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରିଥଲେ । ସାହିତ୍ୟ ପରିଷଦ ର ଜିଲ୍ଲା କାର୍ଯକାରୀ ସଭାପତି ଡକ୍ଟର କୃଷ୍ଣ ଚନ୍ଦ୍ର ପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଶୁଶାନ୍ତ କୁମାର ପଣ୍ଡା, ଚିତ୍ତରଞ୍ଜନ ମହାନ୍ତି, ପ୍ରସନ୍ନ କୁମାର ମହଲା ପ୍ରମୁଖ ପାଠକର ରୁଚି ଅନୁସାରେ ସାହିତ୍ୟ ସର୍ଜନା ପାଇଁ ନିଜସ୍ୱ ମତ ରଖିଥିଲେ । ଆଗାମୀ ଦିନରେ ବିଦ୍ୟାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାହିତ୍ୟ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତି ନିଆଗଲା । ଶେଷରେ ସାହିତ୍ୟ ପରିଷଦର ସଂପାଦକ ଅଧ୍ୟାପକ ବିଜୟ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥଲେ ।

Leave a Reply

Your email address will not be published. Required fields are marked *