ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏକ ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି ଯାହାକି ଘନ ବାଦଲ ଏବଂ ରାତି ସମୟରେ ମଧ୍ୟ ନିରୀକ୍ଷଣ କାର୍ଯ୍ୟ ସଫଳତାର ସହ କରିପାରିବ। ଏହା ଭାରତର ଉପଗ୍ରହ ଆଧାରିତ ନିରୀକ୍ଷଣ କ୍ଷମତାକୁ ଆହୁରି ମଜବୁତ କରିବ।
ଆସନ୍ତାକାଲି (ରବିବାର) ସକାଳ ୫.୫୯ ମିନିଟ୍ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତକ୍ଷେପଣ କରାଯିବ। ରାଡାର ଉପଗ୍ରହକୁ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (PSLV)ରେ କକ୍ଷପଥକୁ ପଠାଯିବ। ଇସ୍ରୋ ଦ୍ୱାରା ଏକ ବଡ଼ ରକେଟ୍ର ୧୦୧ତମ ଉତକ୍ଷେପଣରେ ୧ ହଜାର ୬୯୬ କିଲୋଗ୍ରାମ ଓଜନର ଇଓଏସ – ୯ ରାଡାର ଇମେଜିଙ୍ଗ୍ ଉପଗ୍ରହ ପୃଥିବୀ ପୃଷ୍ଠରୁ ୫୦୦ କିଲୋମିଟର ଉପରେ ଅବସ୍ଥାପିତ ହେବ।