Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଡ. ଆମ୍ବେଡକରଙ୍କ ବିଶାଳ ଚରିତ୍ରର ପୁନଃ ମୂଲ୍ୟାଙ୍କନର ଆବଶ୍ୟକତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡ. ଆମ୍ବେଡକରଙ୍କ ବିଶାଳ ଚରିତ୍ରର ପୁନଃ ମୂଲ୍ୟାଙ୍କନର ଆବଶ୍ୟକତା

ଡ. ଆମ୍ବେଡକରଙ୍କ ବିଶାଳ ଚରିତ୍ରର ପୁନଃ ମୂଲ୍ୟାଙ୍କନର ଆବଶ୍ୟକତା
ଡ. ସମନ୍ୱୟ ନନ୍ଦ
୧୪ ଏପ୍ରିଲ ହେଉଛି ଡ. ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ । ତାଙ୍କର ଜୟନ୍ତୀ ଅବସରରେ ତାଙ୍କର ଜୀବନ, ଚରିତ୍ର ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରା ଯିବାର ପ୍ରକୃଷ୍ଟ ସମୟ । ଭାରତର ସାମାଜିକ ସାଂସ୍କୃତିକ ଆନ୍ଦୋଳନକୁ ଏକ ନୂତନ ଦିଗ ପ୍ରଦାନ କରିଥିବା ଡ. ଭୀମରାଓ ଆମ୍ବେଡକରଙ୍କର ସମଗ୍ର ମୂଲ୍ୟାଙ୍କନ ବର୍ତମାନ ଯାଏ ହୋଇ ନାହିଁ, ଏହାକୁ କେହି ଅସ୍ୱୀକାର କରି ପାରିବେ ନାହିଁ ।
ବାସ୍ତବରେ ଦେଖିବାକୁ ଗଲେ ତାଙ୍କର ବ୍ୟକ୍ତିତ୍ୱ ଅତ୍ୟନ୍ତ ବିଶାଳ ଥିଲା ଓ ତାଙ୍କର ଅଧ୍ୟୟନ କ୍ଷେତ୍ର ମଧ୍ୟ ସେହିପରି ଅତି ବିସ୍ତୃତ ଥିଲା । କିନ୍ତୁ ଆଜି ଯେତେବେଳେ ଆମେ ତାଙ୍କ ବିଷୟରେ ଆଲୋଚନା କରୁଛେ ସେତେବେଳେ ତାଙ୍କର ପରିଚୟ କେବଳ ଜଣେ ଦଳିତ ନେତା ରୂପେ ସ୍ଥାପିତ ହୋଇଛି । ଏହାକୁ ତାଙ୍କର ବ୍ୟକ୍ତିତ୍ୱ ପ୍ରତି ଅନ୍ୟାୟ ବୋଲି କୁହା ଯିବା ସହ ଦେଶ ପାଇଁ ମଧ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଅଧ୍ୟୟନ ଦୃଷ୍ଟିରୁ ଦେଖାଗଲେ ଆମ୍ବେଦକର ଜଣେ ଅର୍ଥନୀତିଜ୍ଞ, ଆଇନ ବିଶାରଦ ଓ ଶିକ୍ଷାବିଦ ଥିଲେ । ସେ ଧର୍ମଶାସ୍ତ୍ରର ମଧ୍ୟ ମର୍ମଜ୍ଞ ଥିଲେ । ହିନ୍ଦୁ ସମାଜ ଭିତରେ ଥିବା ରୋଗ ବିରୁଦ୍ଧରେ ଲଢେଇ କରି ସେ ଦେଶର ସାମାଜିକ ଜୀବନରେ ଖ୍ୟାତି ଅର୍ଜନ କରିଥିଲେ ।
ସେ ମୂଳତଃ ଜଣେ ଅର୍ଥନୀତିଜ୍ଞ ଥିଲେ । କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ତାଙ୍କୁ ଅର୍ଥଶାସ୍ତ୍ରର ସ୍ନାତକୋତର ଡିଗ୍ରୀ ପାଇଁ ଏକ ରିସର୍ଚ ପେପର ଲେଖିବାର ଥିଲା । ଏହି ରିସର୍ଚ ପେପର ପାଇଁ ସେ ଯେଉଁ ବିଷୟ ଚୟନ କଲେ ତାହା ସେତେବେଳର ‘ହିଜ ମାଜେଷ୍ଟି’ଙ୍କ ସରକାର ଆଗରୁ ରାଜତ୍ୱ କରୁଥିବା ଇଷ୍ଟ ଇଂଡିଆ କମ୍ପାନୀ ଓ ତା ଦ୍ୱାରା ଭାରତର ଆର୍ôଥକ ଶୋଷଣ ସମ୍ପର୍କରେ ଥିଲା । ଏହି ରିସର୍ଚ ପେପରରେ ଆମ୍ବେଡକର ଯେଉଁ ନିଷ୍କର୍ଷ ବାହାର କରିଥିଲେ ତାହା ହେଲା ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ବିଶୁଦ୍ଧ ବାଣିଜ୍ୟିକ ସଂସ୍ଥାନ ଥିଲା ଯାହାର ଉଦ୍ଦେଶ୍ୟ ନିଜର ଶେୟାର ହୋଲ୍ଡର ମାନଙ୍କୁ ଅଧିକରୁ ଅଧିକ ଲାଭ ପ୍ରଦାନ କରିବାର ଥିଲା । ଆମ୍ବେଡକର ପ୍ରଥମ ଥର ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତ ଉପରେ କରାଯାଉଥିବା ଶୋଷଣର ବିଶ୍ଲେଷଣାତ୍ମକ ଅଧ୍ୟୟନ ପ୍ରସ୍ତୁତ କରିଥିଲେ । କିନ୍ତୁ ଆମ୍ବେଦକରଙ୍କର ବ୍ୟକ୍ତିତ୍ୱର ଏହି ପକ୍ଷ ଉପରେ କେବେ ହେଲେ ଆଲୋଚନା ନ ହେବା ଦୁର୍ଭାଗ୍ୟଜନକ ।
ଆମ୍ବେଡକର ଦଳିତ ସମାଜର ଅଧିକାର ଓ ତାଙ୍କର ଉତଥାନ ପାଇଁ ସାରା ଜୀବନ ଲଢେଇ ଲଢିଥିଲେ । ତାଙ୍କର ସମ୍ପୂର୍ଣ ଜୀବନ ଦଳିତ ସମାଜର ଉତଧାନ ପାଇଁ ସମର୍ପିତ ଥିଲା । କିନ୍ତୁ ଏଥିରୁ ଏହି ନିଷ୍କର୍ଷ ବାହାର କରିବା ଯେ ସେ ସମାଜର କେବଳ ଗୋଟିଏ ବର୍ଗର ନେତା ଥିଲେ ଓ ସେମାନଙ୍କର ପ୍ରତିନିଧିତ୍ୱ କରୁଥିଲେ ତାହା କହିବା ଅନୁଚିତ ହେବ । ବାବା ସାହେବ ଆମ୍ବେଡକରଙ୍କ ଦୃଷ୍ଟିକୋଣ ସଂକୁଚିତ ନ ଥିଲ।। ବାସ୍ତବରେ ଦେଖିବାକୁ ଗଲେ ସେ ଦଳିତ ସମାଜକୁ ଶକ୍ତିଶାଳୀ କରିବାକୁ ଚାହୁଁଥିଲେ ଓ ତାଙ୍କୁ ଶିକ୍ଷିତ କରିବାର ତାଙ୍କର ଏହି ଅଭିଯାନ ବାସ୍ତବରେ ସମ୍ପୂର୍ଣ ହିନ୍ଦୁ ସମାଜକୁ ଶକ୍ତିଶାଳୀ କରିବାର ଅଭିଯାନର ଅଂଶ ବିଶେଷ ଥିଲା । ତାଙ୍କ ଦ୍ୱାରା ଉଠା ଯାଇଥିବା ପ୍ରଶ୍ନ କେବଳ େ ଯ ସେତତେବେଳେ ପ୍ରାସଙ୍ଗିକ ଥିଲା, ତାହା ନୁହେଁ, ବର୍ତମାନ ମଧ୍ୟ ଏହା ପ୍ରାସଙ୍ଗିକ । ସମାଜର ଏକ ବଡ ବର୍ଗ ଯଦି ଦୁର୍ବଳ ଓ ଅଶିକ୍ଷିତ ହୋଇ ରହିବ, ତେବେ ହିନ୍ଦୁ ସମାଜ କିପରି ଶକ୍ତିଶାଳୀ ହୋଇ ପାରିବ ।
ଆମ୍ବେଡକରଙ୍କ ମନରେ ଏହି ପ୍ରସଙ୍ଗକୁ ନେଇ କଷ୍ଟ ରହିଥିଲା ସେ ୧୯୩୫ ମସିହାରେ ନାସିକରେ ଘୋଷଣା କରିଦେଲେ ଯେ ସେ ହିନ୍ଦୁ ହୋଇ ରହିବେ ନାହିାଁ ଇଂରେଜ ମାନେ ଦଳିତ ସମାଜକୁ କିଛି ଆଇନଗତ ଅଧିକାର ଦେଇଥିଲେ । ହେଲେ ଆମ୍ବେଡକର ଜାଣିଥିଲେ ଯେ ଏହି ସମସ୍ୟା ଆଇନଗତ ସମସ୍ୟା ନୁହେଁ । ଏହା ହିନ୍ଦୁ ସମାଜର ଆଭ୍ୟନ୍ତରୀଣ ସମସ୍ୟା । ଏହି ସମସ୍ୟାର ସମାଧାନ ହିନ୍ଦୁ ସମାଜକୁ ନିଜେ କରିବାକୁ ପଡିବ । ହିନ୍ଦୁ ସମାଜ ମଧ୍ୟରେ ଥିବା ଏହି ବିଷକୁ ନିଜେ ହିନ୍ଦୁ ସମାଜକୁ ପାନ କରିବାକୁ ପଡିବ । ସମାଜର ଗୋଟିଏ ବର୍ଗକୁ ଅନ୍ୟ ଏକ ବର୍ଗ ବିରୁଦ୍ଧରେ ଠିଆ କରାଇ ସଂଘର୍ଷ କରାଇବା ପାଇଁ ସେ ଚାହୁଁ ନ ଥିଲେ । ସେ ସମାଜର ସମସ୍ତ ବର୍ଗକୁ ଏକଜୁଟ କରିବାର ଉପକ୍ରମରେ ଲାଗିଥିଲେ ।
ଆମ୍ବେଡକର ଯେତେବେଳେ ହିନ୍ଦୁ ହୋଇ ରହିବେ ନାହିଁ ବୋଲି ଘୋଷଣା କଲେ ସେତେବେଳେ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଥା ଓ ଇସଲାମୀ ସଂଗଠନ ମାନେ ଖୁବ ପ୍ରସନ୍ନ ହୋଇଥିଲେ । ତାଙ୍କ ପାଇଁ ଶୀକାର ଜାଲରେ ଫସିବା ଭଳି ସ୍ଥିତି ଥିଲା । ହାଇଦ୍ରାବାଦର ନିଜାମ ବାବା ସାହେବଙ୍କୁ ଇସଲାମ ଗ୍ରହଣ କଲେ ତାଙ୍କୁ ବିପୁଳ ଅର୍ଥ ପ୍ରଦାନ କରିବାର ପ୍ରଲୋଭନ ଦେଇଥିଲା । କିନ୍ତୁ ଆମ୍ବେଡକର ଭଲ ଭାବେ ଜାଣିଥିଲେ ଯେ ଇସଲାମରେ ମତାନ୍ତରିତ ହେବାର ଅର୍ଥ କଣ । ତାଙ୍କର ଜଣେ ଶିଷ୍ୟ ଶଙ୍କରାନନ୍ଦ ଶାସ୍ତ୍ରୀ ଲେଖିଛନ୍ତି ଯେ ବାବା ସାହେବ ମତାନ୍ତରଣକୁ ରାଷ୍ଟ୍ରାନ୍ତରଣ ବୋଲି ମନେ କରୁଥିଲେ । ବାବା ସାହେବ ମନେ କରୁଥିଲେ ଯେ ଇସଲାମ ଓ ଖ୍ରୀଷ୍ଟିଆନିଟି ହେଉଛି ବିଦେଶୀ ରିଲିଜିୟନ । ଏହି ରିଲିଜିୟନକୁ ଗ୍ରହଣ କଲେ ଲୋକ ମାନେ ତାଙ୍କର ପୂର୍ବ ପୁରୁଷ, ଦେଶ ପରମ୍ପରା, ସଂସ୍କୃତିରୁ କଟି ଯାଆନ୍ତି ।
କିଛି ଲୋକ ବାବା ସାହେବଙ୍କ ବିଷୟରେ ଅନର୍ଗଳ ଅଭିଯୋଗ କରନ୍ତି ଯେ ସେ ଇଂରେଜ ମାନଙ୍କର ସମର୍ଥକ ଥିଲେ । ଯଦି ବାସ୍ତବରେ ଏପରି ହୋଇଥାନ୍ତା ତେବେ ସେ ଇଂରେଜ ମାନଙ୍କୁ ଖୁସି କରିବାକୁ ସଙ୍ଗେ ସଙ୍ଗେ ଖ୍ରୀଷ୍ଟିଆନ ହୋଇ ଯାଇଥାନ୍ତେ । ବାବା ସାହେବଙ୍କ ଅନନ୍ୟ ଶିଷ୍ୟ ଶଙ୍କରାନନ୍ଦ ଶାସ୍ତ୍ରୀ ତାଙ୍କ ରଚନାରେ ବାବା ସାହେବଙ୍କ ଖ୍ରିଷ୍ଟିଆନ ମିଶନାରୀଙ୍କ ପ୍ରତି ଥିବା ବିଚାର ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ ବାବା ସାହେବ ମନେ କରୁଥିଲେ ଯେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ଏକମାତ୍ର ଲକ୍ଷ୍ୟ ଭାରତର ଲୋକଙ୍କୁ ଖ୍ରିଷ୍ଟିଆନିଟିରେ କନଭର୍ଟ କରିବା, ଲୋକଙ୍କୁ ସହାୟତା କରିବାରେ ତାଙ୍କର କୌଣସି ରୁଚି ନ ଥାଏ ।
ବାବା ସାହେବ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ହେଲେ । ଏହା ପରେ ହିନ୍ଦୁ ମାନଙ୍କ ପାଇଁ କୋଡ ନିର୍ମାଣ କରିବାର କଥା ଆସିଲା ସେତେବେଳେ ପ୍ରଶ୍ନ ଉଠିଲା ଯେ ହିନ୍ଦୁକୁ କିଭଳି ଡିଫାଇନ କରା ଯିବ । ବାବା ସାହେବ କହିଲେ ଯେ ଦେଶରେ ମୁସଲମାନ, ଖ୍ରୀଷ୍ଟିଆନ, ଇହୁଦୀ ଓ ପାର୍ସିଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତେ ହିନ୍ଦୁା ଅର୍ଥାତ ବିଦେଶୀ ରିଲିଜିୟନକୁ ମାନୁଥିବା ଲୋକ ମାନେ ଅହିନ୍ଦୁ, ବାକି ସମସ୍ତେ, ବୌଦ୍ଧ, ଜୈନ, ଶିଖ ସମସ୍ତେ ହିନ୍ଦୁ । ତାଙ୍କର ଏହି ସଂଜ୍ଞା ଦେଶର ଆଧାରଭୁତ ଏକତା ପ୍ରତି ତାଙ୍କର ଦୃଷ୍ଟିକୋଣକୁ ସ୍ପଷ୍ଟ କରିଥିଲା ।
ଏହା ପରେ ଆମ୍ବେଡକରଙ୍କ ସ୍ୱାସ୍ଥ୍ୟ ଠିକ ରହୁ ନ ଥିଲା । ସେ ଆଇନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଥିଲେ । ମନ ଅଶାନ୍ତ ଥିଲା । ଖ୍ରୀଷ୍ଟିଆନ ମିଶନାରୀ ମନେ ଦଳିତ ସମାଜକୁ ମତାନ୍ତରିତ କରୁଥିଲେ, ଏହାର ସଂକେତ ଶଙ୍କରାନନ୍ଦ ଶାସ୍ତ୍ରୀ ଦେଇ ସାରିଥିଲେ । ବାବା ସାହେବ ଜ୍ଞାନ ପଥର ପଥିକ ଥିଲେ । ସେ ନାଗପୁରର ଦୀକ୍ଷା ଭୂମିରେ ଭଗବାନ ବୁଦ୍ଧଙ୍କ ଶରଣକୁ ଚାଲି ଗଲେ । ବୌଦ୍ଧ ମତରେ ଦୀକ୍ଷିତ ହୋଇ ଗଲେ । ବିଦେଶୀ ରିଲିଜିୟନ ଇସଲାମ କିମ୍ବା ଖ୍ରୀଷ୍ଟିଆନିଟୀକୁ ଗଲେ ନାହିଁ । ବାବା ସାହେବ ନିଜେ ରହସ୍ୟୋଦଘାଟନ କଲେ ଯେ ବହୁ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ କଥା ଦେଇଥିଲେ, “ଯେତେବେଳେ ମୁଁ ଅନ୍ୟ କୌଣସି ମତରେ ଦୀକ୍ଷିତ ହେବି, ସେତେବେଳେ ଏହି କଥା ଉପରେ ଧ୍ୟାନ ଦେବି ଯେ ତା ଦ୍ୱାରା ଭାରତୀୟତାକୁ ଯେପରି ସର୍ବନିମ୍ନ କ୍ଷତି ହେବ । ଆଜି ମୁଁ ମହାତ୍ମା ଗାନ୍ଧୀଙ୍କୁ ଦେଇଥିବା କଥାକୁ ପୂରଣ କରିଛି । ବୁଦ୍ଧ ଭାରତର ସନାତନ ପରମ୍ପରାର ହିଁ ଅଂଶବିଶେଷ । ”
କେବଳ ସେତିକି ନୁହେଁ, ବାବା ସାହେବ ବ୍ରିଟିଶ ମାନଙ୍କର ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତକୁ ଅକାଟ୍ୟ ତର୍କ ଦେଇ ଖଣ୍ଡନ କରିଥିଲେ । ଭାରତର ରାଷ୍ଟ୍ରଭାଷା ସଂସ୍କୃତ ହେଉ ବୋଲି ସେ ଦାବି କରିିଥିଲେ । ଭାରତର ରାଷ୍ଟ୍ର ଧ୍ୱଜ ଗେରୁଆ ହେଉ ବୋଲି ତାଙ୍କର ମତ ଥିଲା । ସେ ସମ୍ବିଧାନରେ ସେକୁଲାରିଜମ ଓ ସୋସିଆଲିଜମ ଶବ୍ଦକୁ ପୂରାଇ ଦେଇ ନ ଥିଲେ । ସେ କମ୍ୟୁନିଷ୍ଟ ମାନଙ୍କର ଜୀବନ ସାରା ଘୋର ବିରୋଧ କରିଥିଲେ ।
ତେଣୁ ବାବା ସାହେବଙ୍କୁ ସମଗ୍ର ହିନ୍ଦୁ ସମାଜର କ୍ରାନ୍ତିକାରୀ ଉଦ୍ଧାରକ ବୋଲି କୁହାଯାଇ ପାରିବ କୌଣସି ବର୍ଗର ନୁହେଁ । ବାବା ସାହେବ ଆମ୍ବେଦକରଙ୍କୁ କୌଣସି ବର୍ଗର ନେତା ବୋଲି ପ୍ରମାଣିତ ନ କରି ରଷ୍ଟ୍ରୀୟ ସ୍ୱରୂପକୁ ପ୍ରସ୍ତୁତ କରି ତାଙ୍କ ସହ ନ୍ୟାୟ କରିବାର ସମୟ ଆସି ଯାଇଛି ।

Leave a Reply