Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ପରବର୍ତୀ ପର୍ଯ୍ୟାୟରେ ବଲୋଚିସ୍ତାନର ସ୍ୱାଧୀନତା ଆନ୍ଦୋଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପରବର୍ତୀ ପର୍ଯ୍ୟାୟରେ ବଲୋଚିସ୍ତାନର ସ୍ୱାଧୀନତା ଆନ୍ଦୋଳନ

ପରବର୍ତୀ ପର୍ଯ୍ୟାୟରେ ବଲୋଚିସ୍ତାନର ସ୍ୱାଧୀନତା ଆନ୍ଦୋଳନ

ଡ. ସମନ୍ୱୟ ନନ୍ଦ
ଗତ କିଛି ଦିନ ତଳେ ବଲୋଚିସ୍ତାନର ସ୍ୱାଧୀନତା ପାଇଁ ଲଢେଇ ଲଢୁଥିବା ବଲୋଚ ଲିବରେସନ ଆର୍ମୀର ସଦସ୍ୟ ମାନେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ନେଇଥିଲେ । ଏହି ପ୍ରସଙ୍ଗ ଗତ କିଛି କିଛି ଦିନ ଧରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିଲା । ଏହି ପ୍ରସଙ୍ଗରେ କଣ ହେଲା ଓ ଏହାର ଫଳାଫଳ କଣ ବାହାରିଲା ସେ ବିଷୟରେ ଆଲୋଚନା କରିବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ ବରଂ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମି, ସ୍ଥିତି ଓ ଏହି ଅପହରଣ ଘଟଣା ପରେ ଏହା କେଉଁ ଆଡକୁ ଅଗ୍ରସର ହେବ ସେ ବିଷୟରେ ଆଲୋଚନା କରିବା ହେଉଛି ଉଦ୍ଦେଶ୍ୟ ।
ଜାଫର ଏକ୍ସପ୍ରେସକୁ ଅପହରଣ କରାଯିବା କୌଣସି ସାଧାରଣ ଘଟଣା ନୁହେଁ ବରଂ ଏକ ଅସାଧାରଣ ଘଟଣା । ଏହା ପୂର୍ବରୁ ଗତ ଦୁଇ ବର୍ଷ ଧରି ବଲୋଚୀ ସ୍ୱାଧୀନତା ସଂଗ୍ରାମୀ ମାନେ ପାକିସ୍ତାନୀ ସେନାର ଜବାନ, ପୋଲିସ ଓ ପ୍ରଶାସନ ଉପରେ ଆକ୍ରମଣ କରି ଆସୁଥିଲେ । ହେଲେ ଏଭଳି ଭାବେ ଗୋଟିଏ ପୂରା ଟ୍ରେନକୁ ଅପହରଣ କରି ନେବାର ଘଟଣା କେବେ ହେଲେ ଦେଖା ଦେଇ ନ ଥିଲା । ଏହି ଟ୍ରେନରେ ଏତେ ସଂଖ୍ୟକ ପାକିସ୍ତାନୀ ସେନାର ଜବାନ ଓ ଆଇଏସଆଇର କର୍ମଚାରୀ ମାନେ ଉପସ୍ଥିତ ରହିବା ସମ୍ପର୍କରେ ଜାଣିବା,ଏପ ଅପହରଣ କରିବାକୁ ସଠିକ ଯୋଜନା ପ୍ରସ୍ତୁତ କରିବା, ଏହି କାମକୁ କରିବା ପାଇଁ ଆବଶ୍ୟକୀୟ ସମନ୍ୱୟ ସ୍ଥାପିତ କରିବା ହେଉଛି ବଡ କାଠିକର କାମ ଥିଲା । ତେଣୁ ଏହାକୁ ଅତ୍ୟନ୍ତ କଷ୍ଟକର ଅପରେସନ ବୋଲି କୁହା ଯାଇ ପାରେ ।
ଗତ ପାଖା ପାଖି ଏକ ମାସ ତଳେ ବଲୋଚିସ୍ତାନର ସ୍ୱାଧୀନତା ପାଇଁ କାମ କରୁଥିବା ସମସ୍ତ ବଲୋଚ ସମୂହ ମାନେ ଏକାଠି ହୋଇଥିଲେ ଓ ମିଳିତ ଘୋଷଣାନାମା ଜାରୀ କରିଥିଲେ । ଏହି ଘୋଷଣାନାମାରେ ସେମାନେ ମିଳିତ ଭାବେ କହିଥିଲେ ଯେ ଏବେ ସମସ୍ତ ସମୂହ ପାକିସ୍ତାନୀ ସେନା ଓ ଅନ୍ୟ ସରକାରୀ ପ୍ରତିଷ୍ଠାନ ଉପରେ ଅଲଗା ଅଲଗା ନୁହେଁ ବରଂ ମିଳିତ ଭାବେ ଉଚିତ ସମନ୍ୱୟ ରକ୍ଷା କରି ଆକ୍ରମଣ କରିବେ । ଏହି ଘୋଷଣା ନାମା ଜାରୀ ହେବାର ଏକ ମାସ ମଧ୍ୟ ପୂର୍ଣ ହୋଇ ନାହିଁ ଓ ଜାଫର ଏକ୍ସପ୍ରେସର ଅପହରଣ ହୋଇଯାଇଥିଲା । ଏହା ବୋଧ ହୁଏ ଏହି ଘୋଷଣା ହେବା ପରେ ପାକିସ୍ତାନ ବିରୁଦ୍ଧରେ ପ୍ରଥମ ବଡ ଆକ୍ରମଣ । ଏହି ଆକ୍ରମଣ ସ୍ପଷ୍ଟ କରି ଦେଇଛି ଯେ ବର୍ତମାନ ବଲୋଚିସ୍ତାନର ସ୍ୱାଧୀନତା ପାଇଁ କାମ କରୁଥିବା ସମସ୍ତ ଶକ୍ତି ମାନେ ଏକଜୁଟ ହୋଇ ମିଳିତ ଭାବେ ଆକ୍ରମଣ କରିବା ଆରମ୍ଭ କରି ଦେଲେଣି ।
ବଲୋଚିସ୍ତାନର ଏହି ସ୍ୱାଧୀନତା ସଂଗ୍ରାମୀ ମାନେ କଣ ଆତଙ୍କବାଦୀ ? ସେମାନଙ୍କର କାର୍ଯ୍ୟ ଓ ବ୍ୟବହାର କଣ ଆତଙ୍କବାଦୀଙ୍କ ପରି ରହିଛି ? ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ କାଶ୍ମୀରରେ ସ୍ୱାଧୀନତା ସଂଗ୍ରାମ ଚାଲିଛି ବୋଲି କହି ପାକିସ୍ତାନ ଭାରତକୁ ଭଡାରେ ଆତଙ୍କବାଦୀ ପଠାଇ ଥାଏ । ପାକିସ୍ତାନ ସରକାର ଓ ଆଇଏସଆଇ ଦ୍ୱାରା ପଠାଯାଇଥିବା ଏହି ଆତଙ୍କବାଦୀ ମାନେ ବାଛି ବାଛି ହିନ୍ଦୁ ମାନଙ୍କୁ ହତ୍ୟା କରିଥାନ୍ତି । ସେମାନେ ବସରୁ ଲୋକ ମାନଙ୍କୁ ଓହ୍ଲାଇ ନାମ ପଚାରି ପଚାରି ହିନ୍ଦୁ ହୋଇଥିଲେ ହତ୍ୟା କରିଥାନ୍ତି । ସେମାନେ ଶିଶୁ, ବୟସ୍କ ଲୋକ ମାନଙ୍କୁ ମଧ୍ୟ ଛାଡି ନ ଥାନ୍ତି । ସେମାନେ ଶିଶୁ ମାନଙ୍କୁ ମଧ୍ୟ ନୃଶଂସତାର ସହ ହତ୍ୟା କରିଥାନ୍ତି । ୯୦ ଦଶକରେ କାଶ୍ମୀର ଉପତ୍ୟକା ଜିହାଦ ନାମରେ ଏଭଳି ହିଂସା ବହୁଳ ମାତ୍ରାରେ ଦେଖିଛି । ତା ହେଲେ କଣ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମୀ ମାନେ କଣ ପାକିସ୍ତାନ ଦ୍ୱାରା କାଶ୍ନୀରକୁ ପଠାଯାଇଥିବା ଇସଲାମୀ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି ? ବଲୋଚ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବ୍ୟବହାର ଜାଫର ଏକ୍ସପ୍ରେସ ଅପହରଣ ମାମଲାରେ ଆମେ ସ୍ପଷ୍ଟ ଭାବେ ଅନୁଶୀଳନ କରି ପାରିବା । ଏହି ଜାଫର ଏକ୍ସପ୍ରେସ ଟ୍ରେନରେ ପାକିସ୍ତାନୀ ସେନାର କିଛି ଅଧିକାରୀ, ଜବାନ ମାନଙ୍କ ବ୍ୟତୀତ ସାଧାରଣ ଲୋକ ମାନେ ମଧ୍ୟ ଯାତ୍ରା କରୁଥିଲେ । ଟ୍ରେନକୁ ଅପହରଣ କରିବା ପରେ ବଲୋଚ ସ୍ୱାଧୀନତା ସଂଗ୍ରାମୀ ମାନେ ଶିଶୁ. ମହିଳା ଓ ବୟସ୍କ ଓ ସାଧାରଣ ଲୋକ ମାନଙ୍କୁ ଛାଡି ଦେଇଥିଲେ । ସେମାନେ ଏହି ଲୋକ ମାନେ କିପରି ସୁରକ୍ଷିତ ଯାଇ ପାରିବେ ତାର ସମ୍ପୂର୍ଣ ବ୍ୟବସ୍ଥା କରିଥିଲେ । ଏବେ ଯାଏ ସେମାନେ ଯେତେ ଆକ୍ରମଣ କରିଛନ୍ତି କେବେ ହେଲେ ସାଧାରଣ ଲୋକ ମାନଙ୍କୁ ସେମାନେ ଟାର୍ଗେଟ କରି ନାହାନ୍ତି ।
ଆଉ ଗୋଟିଏ କଥା ହେଲା ଯେ ଟ୍ରେନକୁ ଅପହରଣ କରିବା ପରେ ବଲୋଚ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦାବି ମଧ୍ୟ କଣ ଥିଲା ? ତାଙ୍କର ସାଧାରଣ ଦାବି ଥିଲା ଯେ ପାକିସ୍ତାନୀ ସେନା ବଲୋଚିସ୍ତାନର ଯେଉଁ ସାଧାରଣ ଲୋକ ମାନଙ୍କୁ ଉଠାଇ ନେଇ ଯାଇଛି ସେମାନଙ୍କୁ ମୁକ୍ତ କରା ଯାଉ । ଏଠାରେ ଏହା ଉଲ୍ଲେଖ କରିବା ଜରୁରୀ ହେବ ଯେ ପାକିସ୍ତାନୀ ସେନା ବନ୍ଦୁକ ମୂନରେ ବଲୋଚିସ୍ତାନର ସାଧାରଣ ଲୋକ ମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ ଥିବା କଥା କହି ସେମାନଙ୍କ ପରିବାର ଲୋକ ମାନଙ୍କୁ ନ ଜଣାଇ ଉଠାଇ ନେଇଥାଏ । ଏଭଳି ହଜାର ହଜାର ନୀରିହ ବଲୋଚ ନାଗରିକ ମାନଙ୍କୁ ପାକିସ୍ତାନୀ ସେନା ଉଠାଇ ନେଇଥାଏ । କିଛି ଲୋକଙ୍କୁ ଜେଲରେ ପୁରାଇଥାଏ ହେଲେ ଅଧିକାଂଶ ବଲୋଚଙ୍କୁ ପାକିସ୍ତାନୀ ସେନା ହତ୍ୟା କରି ଥାଏ । ପାକିସ୍ତାନୀ ସେନା ବଲୋଚ ମାନଙ୍କୁ ଉଠାଇବା ପରେ କିଛି ଲୋକଙ୍କର ମୃତ ଦେହ ମିଳିଥାଏ ତ ଅନେକ ଲୋକଙ୍କ ମୃତ ଦେହ ମଧ୍ୟ ମିଳି ନ ଥାଏ । ପାକିସ୍ତାନ ଦ୍ୱାରା ବଲୋଚିସ୍ତାନର ଆର୍ôଥକ ଶୋଷଣ ତାଙ୍କ ପ୍ରତି ପାକିସ୍ତାନ ଦ୍ୱାରା କରାଯାଉଥିବା ଅନ୍ୟାୟ ପରି ପ୍ରସଙ୍ଗ ବଲୋଚିସ୍ତାନର ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ କାରଣ ନୁହେଁ ବରଂ ପାକିସ୍ତାନୀ ସେନା ଦ୍ୱାରା ବଲୋଚ ଲୋକ ମାନଙ୍କୁ ତାଙ୍କ ପରିବାରକୁ ନ ଜଣାଇ ଅପହରଣ କରିବା ବଲୋଚିସ୍ତାନ ଆନ୍ଦୋଳନ ଏତେ ଉଗ୍ର ରୂପ ନେବାର ମୁଖ୍ୟ କାରଣ । ହଜାର ହଜାର ସଂଖ୍ୟାରେ ରାଜନୈତିକ ବନ୍ଦୀ ବର୍ଷ ବର୍ଷ ଧରି ପାକିସ୍ତାନୀ ଜେଲରେ ଅଛନ୍ତି । ତେଣୁ ଜାଫର ଏକ୍ସପ୍ରେସ ଅପହରଣ କରିଥିବା ବଲୋଚ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଏହି ସାଧାରଣ ଦାବି ଥିଲା । ଆନ୍ଦୋଳନକାରୀ ମାନେ ପାକିସ୍ତାନ ଠାରୁ ଅର୍ଥ ମାଗି ପାରିଥାନ୍ତେ, ଅସ୍ତ୍ର ଶସ୍ତ୍ର ମାଗି ପାରିଥାନ୍ତେ ହେଲେ ସେମାନେ ଏପରି ନ କରି ରାଜନୈତିକ ବନ୍ଦୀ ମାନଙ୍କୁ ମୁକ୍ତ କରିବାର ଦାବି ରଖିଥିଲେ । ମାତ୍ର ପାକିସ୍ତାନୀ ସେନା ଏହି ସାଧାରଣ ଦାବିକୁ ମଧ୍ୟ ପୂରଣ କରି ନ ଥିଲା ।

ବଲୋଚିସ୍ତାନର ଏହି ସ୍ୱାଧୀନତା ଆନ୍ଦୋଳନର ଅଗ୍ନି ଧୀରେ ଧୀରେ ଜୋର ଧରିବାରେ ଲାଗିଛି । ପୂର୍ବରୁ ବଲୋଚିସ୍ତାନର ପାର୍ବାତ୍ୟାଂଚଳରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଏହା ଜଙ୍ଗଲର ନିଆଁ ଭଳି ଏହି ଆନ୍ଦୋଳନ ବ୍ୟାପି ସାରିଲାଣି । ବଲୋଚିସ୍ତାନର ସମସ୍ତ ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ପାକିସ୍ତାନୀ ସେନାର ପଂଜାବୀ ସୈନିକ ମାନଙ୍କ ପାଇଁ ଓ ପ୍ରଶାସନିକ ଅଧିକାରୀ ମାନେ ଆଉ ବଲୋଚିସ୍ତାନର ଅଂଚଳରେ ପ୍ରବେଶ କରି ପାରୁ ନାହାନ୍ତି । ସବୁ ଆଡୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ସେମାନେ ଲୁଚି ଲୁଚି ଯାଉଛନ୍ତି । ମୋଟ ଉପରେ କହିବାକୁ ଗଲେ ପାକିସ୍ତାନୀ ସେନାର ନିୟନ୍ତ୍ରଣ ସମାପ୍ତ ହେଉଛି । ଜାଫର ଏକ୍ସପ୍ରେସର ଅପହରଣ ପରେ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମୀ ଠାରୁ ଆରମ୍ଭ କରି ସାଧାରଣ ବଲୋଚ ମାନଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ପାକିସ୍ତାନୀ ସରକାର ଓ ପାକିସ୍ତାନୀ ସେନା ଓ ପ୍ରଶାସନର ମନୋବଳ ସର୍ବନିମ୍ନ ସ୍ତରରେ ପହଂଚି ସାରିଛି । ତେଣୁ ଏହାର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ । ପାକିସ୍ତାନୀ ସେନା ଓ ପାକିସ୍ତାନୀ ସରକାରକୁ ହଟାଇ ସ୍ୱାଧୀନ ନ ହେବା ଯାଏ ବଲୋଚ ମାନେ ଶାନ୍ତିରେ ନିଶ୍ୱାସ ନେବେ ନାହିଁ । ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମ ଇତିହାସରେ ମଧ୍ୟ ଜାଫର ଏକ୍ସପ୍ରେସର ଅପହରଣ କାଂଡ ଏକ ମାଇଲ ଖୁଂଟ ହେବାକୁ ଯାଉଛି । ଇତିହାସରେ ଯେତେବେଳେ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋଚନା ହେବ ସେତେବେଳେ ଜାଫର ଏକ୍ସପ୍ରେସ ଅପହରଣ ମାମଲାର ପୂର୍ବର ଓ ଜାଫର ଏକ୍ସପ୍ରେସ ଅପହରଣ ମାମଲା ପରର ଏଭଳି ଭାଗରେ ବିଭାଜିତ ହୋଇ ଇତିହାସ ପଢାଯିବ ।

Leave a Reply