ଓଡିଶାରେ ଚାଲଛି ଖାଦ୍ୟ ଜିହାଦ

ମଟନରେ ମିଶୁଛି ଗୋ ମାଂସ, ଯୁବକଙ୍କ ଭିଡିଓ ଭାଇରାଲ

ପୁରୀ,୫।୩-ହିନ୍ଦୁମାନଙ୍କୁ ଧର୍ମାନ୍ତରୀକରଣ କରିବା ପାଇଁ ଚାଲିଛି ନୂଆ ଷଡଯନ୍ତ୍ର ା ମାଂସରେ ମିଶା ଯାଉଛି ଗୋ ମାଂସ ା ଯେଉଁ ଗୋମାତାଙ୍କୁ ସେମାନେ ପୂଜା କରୁଛନ୍ତି ତାର ମାଂସ ଖାଇଲା ପରେ ସେମାନେ କଣ କରିବେ ା ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ା ସେମାନେ ବାଧ୍ୟ ହୋଇ ଧର୍ମ ପରିବର୍ତ୍ତନ କରିବେ ା ଏବେ ଏହି ଷଡଯନ୍ତ୍ରରେ ମାତିଛନ୍ତି ଖାଦ୍ୟ ଜିହାଦିମାନେ ା ତେଣୁ ମଟରେ ମିଶାଉଛନ୍ତି ଗୋ ମାଂସ ା
ପୁରୀର କିଛି ହୋଟେଲ ଓ ଢାବାରେ ମଟନ ସହ ଗୋ ମାଂସ ଦିଆଯାଉଥ‌ିବା ନେଇ ଜଣେ ଯୁବକ କହୁଥ‌ିବା ଏକ ଭିଡିଓ ମାର୍ଚ୍ଚ 5 ତାରିଖ ଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ନେଇ ପୁରୀ ତଥା ଆଖପାଖ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଯୁବକଙ୍କୁ କେତେଜଣ ଲୋକ ଘେରି ରହିଛନ୍ତି। ଯୁବକ ଜଣଙ୍କ ମୁହଁରେ ଗୋବର ଲାଗିଛି। ସେ କହୁଛନ୍ତି, ଏକ ଢାବାରେ ଦିନକୁ ମଟନ ସହ ୨୦ରୁ ୩୦ କେଜି ଗୋ ମାଂସ ମିଶାଯାଉଛି। ପୁରୀର ଜଣେ ମାଂସ ବ୍ୟବସାୟୀ ଗୋ ମାଂସ କାଟି ସାଥୀରେ ନେଉଥ‌ିବା ଯୁବକ ଜଣଙ୍କ ସ୍ବୀକାର
କରିଛନ୍ତି। ପୁରୀ ଭଳି ଧାର୍ମିକ ସ୍ଥଳୀରେ ଏପରି ଗୋ ମାଂସ ବିକ୍ରି ହେଉଥ‌ିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଗୋ ମାଂସ କାରବାର ସଂକ୍ରାନ୍ତ ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ର ମିଳିତ ଚଢ଼ଉ ଜାରି ରହିଛି। ଭିଡିଓରେ ପୁରୀର ଜଣେ ବ୍ୟକ୍ତିଙ୍କର ଏଥିରେ ସମ୍ପୃକ୍ତି ଥିବା ବୟାନ ଥିବାରୁ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ମିଳିତ ଟିମ୍ ପଚରାଉଚରା କରିଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ତେଣୁ ପୁଲିସ୍ ଭିଡିଓରେ ବୟାନ ମୁତାବକ ଚଢ଼ଉ ଜାରି ରହିଛି। ଯେଉଁ ସଂସ୍ଥା ବା ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା କଥା ଭିଡିଓରେ କୁହାଯାଇଛି, ସେଇ ଅନୁଯାୟୀ ପଚରାଉଚରା ଜାରି ରହିଛି। ଯଦି କେହି ସଂଗଠିତ ଭାବେ ଏହି ବେଆଇନ କାରବାର କରୁଥିବା ତଦନ୍ତରୁ ଜଣା ପଡ଼େ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ହୋଟେଲ୍‌ମାନଙ୍କୁ ମଧ୍ୟ ସଚେତନ କରାଯିବ । ଏସ୍‌ ବିନୀତ ଅଗ୍ରୱାଲ କହିଛନ୍ତି, ବେଆଇନ ଗୋ-ମାଂସ କାରବାର ସମ୍ପର୍କରେ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସିବା ପରେ ଆଡିସନାଲ ଏସପିଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା। ପୁରୀରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ଆସିଥିବାରୁ ତାଙ୍କୁ ମଧ୍ୟ ମିଳିତ ଟିମ୍ ପଚରାଉଚରା କରିଛି। ତେବେ 7 ତାରିଖ ଦିନ ପ୍ରଶାସନ ଜଣେ ମାଂସଦୋକନୀଙ୍କ ଦୋକାନକୁ ସିଲ୍ କରିଥିବା ଜଣାପଡ଼ିଛି ।

ଗୋ-ମାଂସ କାରବାର ବିରୋଧରେ ପଦଯାତ୍ରା
ଗୋମାଂସ କାରବାର ସମ୍ପର୍କିତ ଭିଡିଓ ଭାଇରାଲ ଘଟଣାକୁ ନେଇ ଏସ୍‌ପିଙ୍କୁ ଭେଟିଛନ୍ତି ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳର କର୍ମକର୍ତ୍ତା । ସିଂହଦ୍ଵାର ନିକଟରେ ଦୀପଦାନ ପରେ ସଦସ୍ୟମାନେ ପଦଯାତ୍ରା କରି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ଏସ୍‌ପିଙ୍କୁ ଭେଟି ଆଲୋଚନା କରିଛନ୍ତି।।
ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଣ୍ଡେ କହିଛନ୍ତି, ଭିଡିଓରେ ସୂଚନା ମୁତାବକ କେବଳ ଏକ ଢାବା ସିଲ୍ ହେଲା। ହେଲେ ସୂଚନା ଭିତ୍ତିରେ ଅନ୍ୟ ହୋଟେଲ ଖାଦ୍ୟ ଜିହାଦ କିମ୍ବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ |ପୁରୀର ମୁଖ୍ୟ ଛକମାନଙ୍କରେ ପିସିଆର୍ ଭ୍ୟାନ ଛିଡ଼ା ହେଉଥିଲେ ହେଁ କିଭଳି ମୁଖ୍ୟ ଛକରେ ହେଉଥିବା ଗୋ-ଚାଲାଣ ଉପରେ ନଜର ପଡୁନାହିଁ ? ଏ ସମସ୍ତ ପ୍ରସଙ୍ଗରେ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ଏ ସମ୍ପର୍କରେ ଏକ ମିଳିତ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *