ବେଆଇନ ଗୋ-ଚାଲାଣ ପ୍ରତିବାଦ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରିଲା ବଜରଙ୍ଗ ଦଳ

ବେଆଇନ ଗୋ-ଚାଲାଣ ପ୍ରତିବାଦ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରିଲା ବଜରଙ୍ଗ ଦଳ
ଅନୁଗୋଳ : ରାଷ୍ଟ୍ରୀୟ ବଜରଙ୍ଗ ଦଳ ଅନୁଗୋଳ ଜିଲା ଶାଖା ପକ୍ଷରୁ ବେଆଇନ ଗୋଚାଲାଣର ପ୍ରତିବାଦ କରାଯାଇଛି। ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାର୍ଚ୍ଚ ୧ ତାରିଖ ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଜିଲାରେ ବ୍ୟାପକ ଗୋ ଚାଲାଣ ହେଉଥିବାରୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିକ୍ଷୋଭ ପ୍ରଦର୍ଶନ
କରାଯାଇଥିଲା । ନିକଟରେ ଦୁଇଟି ଥାନାରେ ବଜରଙ୍ଗ ଦଳ କର୍ମୀମାନେ ଗୋ ଚାଲାଣ ହେଉଥିବା ୨ଟି ଯାନ ଅଟକାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଲିସ ସେମାନଙ୍କୁ ଛାଡି ଦେଇଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ। ବେଆଇନ ଗା-ଚାଲାଣ ଗାଡିକୁ ଅଟକାଇ ବଜରଙ୍ଗ ଦଳ ପକ୍ଷରୁ ପୁଲିସକୁ ହସ୍ତାନ୍ତର କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *