ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ଦାବି
ଦାନଗଦି : ନବ ଭାରତ ହିନ୍ଦୁ ସଂଗଠନ ପକ୍ଷରୁ ବାଂଲାଦେଶୀ ରୋହିଙ୍ଗା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିତାଡିତ କରିବା, ଗୋ ହତ୍ୟା ବନ୍ଦ କରିବା, ଗୋ ଚାଲାଣ ଓ ବେଆଇନ କଂସେଇ ଖାନା ବନ୍ଦ କରିବା ସହ ଗୋ ମାତାଙ୍କୁ ରାଜମାତା ଘୋଷଣା କରିବା ଦାବିରେ ଫେବୃୟାରୀ ୨୪ ତାରିଖ ଦିନ ନସୋମବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା ଦାନଗଦି ମିଲିଟାରୀ ଛକରୁ ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାରା ଓଡିଶାରେ ପ୍ରତି ବ୍ଲକରେ ଏପରି ଆନ୍ଦୋଳନ ଚାଲିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ପଦଯାତ୍ରାରେ ଅଭୟ ସିଂ ରାଉତରାୟ ଅଭିମନ୍ୟୁ ମହାକୁଡ଼, ସତ୍ୟରଞ୍ଜନ ନାୟକ, ରାଜେଶ ନାୟକ, ବିକ୍ରମ ମଲ୍ଲିକ, ଆଶୁତୋଷ ନାୟକ, ପ୍ରିୟାଂଶୁ କୁମାର ନାୟକ, ଆଶିଷ ନାୟକ ଓ ସଞ୍ଜିତ ସାମଲ ପ୍ରମୁଖ ସାମିଲ ଥିଲେ ।