ଓଁ ଆକୃତିର ଶିବ ମନ୍ଦିର


ଓଁଆକୃତିର ଶିବ ମନ୍ଦିର
ଭା ରତର ବହୁସ୍ଥାନରେ ଏକାଧିକ ପ୍ରଖ୍ୟାତ ତଥା ପୁରାତନ ଶିବ ମନ୍ଦିର ରହିଛି। ତେବେ ରାଜସ୍ଥାନର ପାଲି ଜିଲାରେ ଥବା ବିଶାଳକାୟ ଶିବ ମନ୍ଦିର ନିଜ ସ୍ଵତନ୍ତ୍ର ଆକୃତି ପାଇଁ ଖ୍ୟାତି ଅର୍ଜନ କରିଛି। ଏହି ଶିବ ମନ୍ଦିରଟି ଓଁ ଆକୃତି ବିଶିଷ୍ଟ ହୋଇଥିବା ବେଳେ ଏଠାରେ ପ୍ରଭୁ ଶିବଙ୍କର ୧୦୦୮ଟି ମୂର୍ତ୍ତି ରହିଛି । ଏଥସହ ଏହି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ୧୨ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ। ଏହି ଶିବ ମନ୍ଦିରଟି ୨୭୦ ଏକରରେ ନିର୍ମିତ ହୋଇଛି।
ମହାଶିବରାତ୍ରି ପାଳନ ଅବସରରେ ଏହି ମନ୍ଦିରକୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି । ଏହି ମନ୍ଦିରରେ ୧୨୦୦ଟି ସ୍ତମ୍ଭ ରହିଥିବା ବେଳେ ଏହାର ଉଚ୍ଚତା ୧୩୫ ଫୁଟ। ମନ୍ଦିର ପରିସରରେ ୧୦୮ଟି କୋଠରି ଥିବା ସହ ଗୁରୁ ମାଧବାନନ୍ଦଜୀଙ୍କର ସମାଧି ରହିଛି । ମନ୍ଦିରରେ ଏକ ବିଶାଳକାୟ ନନ୍ଦୀଙ୍କ ମୂର୍ତ୍ତି ରହିଛି। ଏଠାରେ ଏକ ସୂର୍ଯ୍ୟମନ୍ଦିର ମଧ୍ୟ ରହିଛି । ଏହି ମନ୍ଦିରର ଗୋଟିଏ ଅଂଶ ମାଟି ତଳେ ରହିଛି। ମନ୍ଦିର ନିକଟରେ କୃତ୍ରିମ ପାହାଡ଼ ଓ ଜଳାଶୟ ଆଦି ନିର୍ମାଣ କରାଯାଇଛି। ଏହି ମନ୍ଦିର ଠାରୁ ଯୋଧପୁର ବିମାନବନ୍ଦର ପ୍ରାୟ ୭୧ କିଲୋମିଟର ଦୂର। ଏଥସହ ମନ୍ଦିରକୁ ଯିବାକୁ ଟ୍ରେନ ସୁବିଧା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *