ମହାକୁମ୍ଭକୁ ବଦନାମ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି ବିରୋଧୀ’

ପ୍ରୟାଗରାଜ:ଉତ୍ତରପ୍ରଦେଶ ବିଧାନସଭାରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମହାକୁମ୍ଭ ସମୟରେ ୫୬.୨୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିସାରିଛନ୍ତି ଏବଂ ସ୍ନାନ କରିଥିବା ଅନେକ ସେଲିବ୍ରିଟି ଏହି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଯେତେବେଳେ ଆମେ ସନାତନ ଧର୍ମ, ମା’ ଗଙ୍ଗା, ଭାରତ କିମ୍ବା ମହାକୁମ୍ଭ ବିରୋଧରେ କୌଣସି ଭିତ୍ତିହୀନ ଅଭିଯୋଗ କରିଥାଉ କିମ୍ବା ନକଲି ଭିଡିଓ ଦେଖାଉ, ତାହା ଏହି ୫୬ କୋଟି ଲୋକଙ୍କ ଆସ୍ଥା ସହ ଖେଳିବା ଭଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ୟୁପିସିବି) ରିପୋର୍ଟକୁ ଉଦାହରଣ ଦେଇ ଆଦିତ୍ୟନାଥ କହିଛନ୍ତି, ସଙ୍ଗମ ଜଳ ପିଇବା ପାଇଁ  ବି ଉପଯୁକ୍ତ।

 ଯୋଗୀ କହିଛନ୍ତି, ୧୪୪ ବର୍ଷର ବ୍ୟବଧାନ ପରେ ଆସିଥିବା ମହାକୁମ୍ଭକୁ ବଦନାମ କରିବାକୁ ନିରନ୍ତର ଚେଷ୍ଟା ଚାଲିଛି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମହାକୁମ୍ଭରେ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା କ’ଣ ବୋଲି ପଚାରିଥିବା ବେଳେ  ଲାଲୁ ଯାଦବ କୁମ୍ଭକୁ ‘ଫାଲ୍‌ତୁ’ ବୋଲି କହିଛନ୍ତି।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି  ଯେ ମହାକୁମ୍ଭ  ‘ମୃତ୍ୟୁକୁମ୍ଭ’ରେ ପରିଣତ ହୋଇଛି। ଯଦି ସନାତନ ଧର୍ମ ସହ ଜଡ଼ିତ କାର୍ଯ୍ୟକ୍ରମ ଆୟୋଜନ ଅପରାଧ, ତେବେ ଆମ ସରକାର ସେହି ଅପରାଧ ଜାରି ରଖିବେ ବୋଲି ଯୋଗୀ କହିଛନ୍ତି।

Leave a Reply

Your email address will not be published. Required fields are marked *