ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଯାଜପୁର ଜିଲ୍ଲା ସମ୍ମିଳନୀ


ଯାଜପୁର: ଯାଜପୁର ବିଜୁ ପଟ୍ଟନାୟକ ସ୍ପୋର୍ଟ କମ୍ପ୍ଲେକ୍ସରେ ଓଡ଼ିଶା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଡ. ଦିବ୍ୟଲୋଚନ ସିଂ ଯୋଗ ଦେଇ ସ୍ବୟଂସେବକଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ପୂର୍ବପ୍ରାନ୍ତର ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ସ୍ୱଦେଶୀ, ସମରସତା, କୁଟୁମ୍ବ ପ୍ରବୋଧନ, ନାଗରିକ ଶିଷ୍ଟାଚାର, ପର୍ଯ୍ୟାବରଣ ‘ପଂଚ ପରିବର୍ତନ’ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ । ବାଲେଶ୍ଵର ବିଭାଗ ସଂଘ ଚାଳକ କାମପାଳ ସାହୁ, ଜିଲ୍ଲା ସଂଘ ଚାଳକ ବଟକୃଷ୍ଣ ଜେନା, ସହ ଜିଲ୍ଲା କାର୍ଯ୍ୟବାହ ସନ୍ଦୀପ ବିଶ୍ଵାଳ ପ୍ରମୁଖ ଏହି କର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୧୦ ବ୍ଳକ ଓ ୨ ପୌରପାଳିକାରୁ ୩୦୦ରୁ ଊର୍ଦ୍ଧ୍ବ ସ୍ବୟଂ ସେବକ ଯୋଗ ଦେଇ ଏନସି କଲେଜରୁ ପଥ ସଂଚଳନରେ ବାହାରି ସହର ପରିକ୍ରମା କରି କୁସୁମା ନିକଟ ସ୍ପୋର୍ଟ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଶାରୀରିକ ପ୍ରଦର୍ଶନୀ ଏବଂ ଯୋଗାସନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଚାରକ ମନୋଜ କୁମାର ସାହୁ, ଜିଲ୍ଲା କାର୍ଯ୍ୟବାହ ଅମୀୟ କୁମାର ସାମଲ, ନଗର କାର୍ଯ୍ୟବାହ ଭାଗିରଥୀ ମହଲ, ପ୍ରତିକାନ୍ତ ଦାସ, ଭବାନୀ ଶଙ୍କର ନାୟକ, ଅନନ୍ତ ମହାରଣା, ବସୁବନ୍ଧୁ ଦାସ, ରଘୁନାଥ ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *