ବାଲେଶ୍ବର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ମଶାଲ ଶୋଭାଯାତ୍ରା


ବାଲେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରୁ ଗାନ୍ଧୀସ୍ମୃତି ଭବନ ପର୍ଯ୍ୟନ୍ତ ଶତାଧିକ ବିଦ୍ୟାର୍ଥୀଙ୍କୁ ନେଇ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସୂଚନା ଅନୁସାରେ, ବସ୍ତିର ପିଲାଙ୍କୁ ନେଇ ପରିଷଦର ପାଠଶାଳା ଅନୁଷ୍ଠିତ ହୋଇ ମାଗଣାରେ ପାଠ ପଢ଼ାଯାଇଥିଲା। ସନ୍ଧ୍ୟାରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏବିଭିପିର ରାଜ୍ୟ ସହସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ପ୍ରାନ୍ତ ଖେଲୋ ଭାରତ ସଂଯୋଜିକା ଜ୍ୟୋତିରେଖା ଭୂୟାଁ, ଗୀତାଞ୍ଜଳି ସେଠୀ, ବିପ୍ଳବ ବସନ୍ତିଆ, ପ୍ରିୟାଶା ମହାପାତ୍ର, ଖିତିଶ ପଣ୍ଡା, ସମ୍ବିତ ପ୍ରସାଦ ରାଉତ, ଡ. ଲେଖାରାଣୀ ଦାସ, ଜୀତମ ଦାସ, ଜିଲ୍ଲା ସଂଯୋଜକ ସଞ୍ଜୀବ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏଥିସହିତ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ସହିତ ଅନ୍ୟ ମହାବିଦ୍ୟାଳୟ, ଫକୀରମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *