Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଜଗତସିଂହପୁର ତରଫରୁ ଜିଲ୍ଲାସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଜଗତସିଂହପୁର ତରଫରୁ ଜିଲ୍ଲାସମ୍ମିଳନୀ

ଯୁବ ସନ୍ୟାସୀ ବିଶ୍ଵବିଜୟୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଜଗତସିଂହପୁର ତରଫରୁ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୮ ଟି ଖଣ୍ଡ ଓ ୨ ଟି ନଗରରୁ ପ୍ରାୟ ୨୦୦ ରୁ ଅଧିକ ସ୍ଵୟଂସେବକ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ପୂର୍ବଦିନ ରାତିରେ ସେମାନେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜଗତସିଂହପୁର ଠାରେ ଏକତ୍ରିତ ହୋଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ମାନନୀୟ ସହ ପ୍ରାନ୍ତ ସଂଘଚାଳକ ଶ୍ରୀଯୁକ୍ତ ମନସୁଖଲାଲ ସେଠିଆଙ୍କ ମାର୍ଗଦର୍ଶନ ପ୍ରାପ୍ତ କରିଥିଲେ । ସମସ୍ତେ ୧୨ ତାରିଖ ଅପରାହ୍ନ ୨ ଟା ରୁ ସଞ୍ଚଳନରେ ଯାଇ ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ଖେଳ ପଡ଼ିଆରେ ସମାରୋପ କାର୍ଯ୍ୟକ୍ରମରେ ଶାରୀରିକ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲା ସଂଘଚାଳକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ଓଝା ସ୍ୱଳ୍ପ ଅଭିଭାଷଣରେ ସ୍ଵୟଂସେବକ ମାନଙ୍କୁ ବିବେକାନନ୍ଦଙ୍କ ମହାନ୍ ବାଣୀରେ ବ୍ରତୀ ହେବାପାଇଁ ଆଗ୍ରହ କରିଥିଲେ । ମୁଖ୍ୟ ବକ୍ତା ଆଦରଣୀୟ ସହ ପ୍ରାନ୍ତ କାର୍ଯ୍ୟବାହ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଶତାବ୍ଦୀ ବର୍ଷରେ ସଂଘ କାର୍ଯ୍ୟ ବିସ୍ତାର ଦୃଷ୍ଟିରୁ କରଣୀୟ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ପଞ୍ଚ ପରିବର୍ତ୍ତନ (ସାମାଜିକ ସମରସତ୍ତା, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ, ସ୍ବଦେଶୀ ଅବଲମ୍ବନ ଓ ନାଗରିକ କର୍ତ୍ତବ୍ୟ) ବିଷୟକୁ ବିଶଦ ଭାବେ ଆଲୋଚନା କରି ଏହି ମାଧ୍ୟମରେ ସମାଜ ଜାଗରଣ ଅବଶ୍ୟ ହୋଇପାରିବ ବୋଲି ଉପସ୍ଥିତ ଥିବା ସଂଘପ୍ରେମୀ, ଶୁଭେଚ୍ଛୁ ଓ ବିଚାର ପରିବାରକୁ ଆହ୍ବାନ ଦେଇଥିଲେ । ଜିଲ୍ଲା କାର୍ଯ୍ଯବାହ ଜିତେନ୍ଦ୍ର କୁମାର ବିଶ୍ବାଳ ମଞ୍ଚ ପରିଚାଳନା କରିବା ସମୟରେ ଜିଲ୍ଲା ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ବାବାଜୀ ଚରଣ ବେହେରା ମୁଖ୍ୟ ଶିକ୍ଷକ ଦାୟିତ୍ଵ ତୁଲାଇଥିଲେ । ସମ୍ମିଳନୀରେ କଟକ ବିଭାଗର ରବୀନ୍ଦ୍ରନାଥ ମିଶ୍ର, ବିଜୟ କୁମାର ନାୟକ, ମଳୟ କୁମାର ଲେଙ୍କା, ବିଜୟ କୁମାର ନାୟକ, ଲକ୍ଷ୍ମୀଧର ପରିଡ଼ା, ଜିଲ୍ଲାର ବିରେନ୍ଦ୍ର ଦାସ, ସାରଦା ପ୍ରସନ୍ନ ନାୟକ, ଧରଣୀଧର ସାହୁ, ପ୍ରଶାନ୍ତ ନାୟକ, ସୁରେନ୍ଦ୍ର ନାଥ ମହାନ୍ତି, ରମାକାନ୍ତ ସାହୁ, ପ୍ରସନ୍ନ ଖୁଣ୍ଟିଆ, ବସନ୍ତ କୁମାର ପାତ୍ର ଆଦି ପୂର୍ଣ୍ଣ ସମୟ ଉପସ୍ଥିତ ଥିଲେ । ସମସ୍ତ ପ୍ରବାସୀ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ସମ୍ମିଳନୀ ସଫଳ ହୋଇଥିଲା ।

Leave a Reply