କଣ୍ଟେନରରୁ ୩୬ ଗୋରୁଙ୍କୁ ଉଦ୍ଧାର

ବାଲେଶ୍ବର ଜିଲ୍ଲାରେ ବେଆଇନ୍ ଗୋଚାଲାଣ ବନ୍ଦ ହେଉନାହିଁ। ଏଠାରେ ଗୋମାଫିଆମାନେ ବେଶ୍ ସକ୍ରିୟ ରହିଥିବା କୁହାଯାଉଛି। ତେବେ ସୋର ପୁଲିସ ପକ୍ଷରୁ ବିଳମ୍ବିତ ରାତିରେ ଗାଡ଼ିଯାଞ୍ଚ ବେଳେ ଏକ କଣ୍ଟେନରରୁ ୩୬ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଏଏସଆଇ ସୁନୀଲ ରାଜ ,ଜୟପ୍ରକାଶ ବେହେରା ସୋର କଲେଜ ଛକ ନିକଟରେ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିକୁ ଯାଞ୍ଚ କରୁଥିଲେ। ଏହି ସମୟରେ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା  ଓଡି ୦୪ ପି ୯୮୧୯ ନମ୍ବର ବିଶିଷ୍ଟ କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲେ।

ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବେଆଇନ୍ ଗୋଚାଲାଣ ବନ୍ଦ ହେଉନାହିଁ। ଏଠାରେ ଗୋମାଫିଆମାନେ ବେଶ୍ ସକ୍ରିୟ ରହିଥିବା କୁହାଯାଉଛି। ଗତକାଲି ରାତିରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଏଏସଆଇ ସୁନୀଲ ରାଜ ,ଜୟପ୍ରକାଶ ବେହେରା ସୋର କଲେଜ ଛକ ନିକଟରେ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିକୁ ଯାଞ୍ଚ କରୁଥିଲେ। ଏହି ସମୟରେ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା  ଓଡି ୦୪ ପି ୯୮୧୯ ନମ୍ବର ବିଶିଷ୍ଟ କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲେ।ଏହି ସମୟରେ କୌଶଳକ୍ରମେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ଏଥିରୁ ୩୬ଟି ଗୋରୁଙ୍କୁ ଉଦ୍ଧାର କରାଯିବା ସହିତ କଣ୍ଟେନରକୁ ଥାନାକୁ ଆଣିଥିଲେ ପୁଲିସ କର୍ମଚାରୀ।

ଏହି ସମୟରେ କୌଶଳକ୍ରମେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ଏଥିରୁ ୩୬ଟି ଗୋରୁଙ୍କୁ ଉଦ୍ଧାର କରାଯିବା ସହିତ କଣ୍ଟେନରକୁ ଥାନାକୁ ଆଣିଥିଲେ ପୁଲିସ କର୍ମଚାରୀ। ଉଦ୍ଧାର ଗୋରୁଗୁଡ଼ିକୁ ସିମୁଳିଆ ମଇତାପୁର ଗୋଶାଳାରେ ଛଡ଼ାଯାଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *