ବ୍ରିଟିଶ ଯୁଗରେ ଲିଖିତ ଇତିହାସର ବ୍ୟାଖ୍ୟା ଭୁଲ ଥିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଧାରା ୩୭୦ ଏବଂ ଆତଙ୍କବାଦ ସମ୍ପର୍କରେ ନିଜର ମତ ରଖିଥିଲେ। ଏହା ସହିତ ସେ ଇଙ୍ଗିତରେ ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କଶ୍ମୀର ଖୁବ ଶୀଘ୍ର ଭାରତର ଏକ ଅଂଶ ହେବ।

ସେ କହିଛନ୍ତି, “ବ୍ରିଟିଶ ଯୁଗରେ ଲିଖିତ ଇତିହାସର ବ୍ୟାଖ୍ୟା ଭୁଲ ଥିଲା। ଭାରତ ହେଉଛି ସମଗ୍ର ବିଶ୍ୱରେ ଏକ ଦେଶ ଯାହା ସଂସ୍କୃତି ସହିତ ଜଡିତ। ଏହି ଦେଶକୁ ଯେଉଁମାନେ ଭୌଗଳିକ ଦୃଷ୍ଟିକୋଣରୁ ଦେଖନ୍ତି ସେମାନଙ୍କ ଦ୍ୱାରା ଏହି ଦେଶ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଜମ୍ମୁକାଶ୍ମୀରରେ ଯେଉଁ କଳା, ବାଣିଜ୍ୟ ଏବଂ ସଂସ୍କୃତି ଥିଲା ଧୀରେ ଧୀରେ ସମଗ୍ର ଭାରତରେ ବ୍ୟାପିଗଲା | କାଶ୍ମୀର ଭାରତର ଅବିଭକ୍ତ ଅଙ୍ଗ ଆଗରୁ ବି ଥିଲା, ଆଜି ବି ଅଛି ଓ ସବୁବେଳେ ରହିବ। ଗୃହମନ୍ତ୍ରୀ କହିଛନ୍ତି, “ମୋଦୀ ସରକାର ଧାରା ୩୭୦ ରଦ୍ଦ କରିବା ପାଇଁ କାର୍ଯ୍ୟ କରିଥିଲେ। ଏହି ୩୭୦ କାଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦର ବୀଜ ବୁଣିଥିଲା। ୩୭୦ ହଟାଇବା ପରେ ଆତଙ୍କବାଦୀ ଘଟଣା ହ୍ରାସ ପାଇଛି। 

ସେ ଆହୁରି ମଧ୍ୟ କହିଛନ୍ତି, “ଅନେକ ଥର ଲୋକମାନେ ମୋତେ ପଚାରନ୍ତି ଧାରା ୩୭୦ ଏବଂ ଆତଙ୍କବାଦ ମଧ୍ୟରେ ସମ୍ପର୍କ କ’ଣ? ସେମାନେ ବୋଧହୁଏ ଜାଣନ୍ତି ନାହିଁ ଯେ ଧାରା ୩୭୦ ଯୁବକମାନଙ୍କ ମନରେ ବିଚ୍ଛିନ୍ନତାର ବୀଜ ବୁଣିବାକୁ ଚେଷ୍ଟା କରିଛି। ମୁସଲମାନ ଜନସଂଖ୍ୟା ଦେଶର ବିଭିନ୍ନ ସ୍ଥାନରେ ଅଛି, ତା’ହେଲେ ଦେଶର ସେ ସବୁ ଅଞ୍ଚଳରେ ଆତଙ୍କବାଦ କାହିଁକି ଆସିନାହିଁ | ଆପଣ କହିବେ ଜମ୍ମୁକାଶ୍ମୀର ପାକିସ୍ତାନ ସହ ଲାଗିକି ଅଛି, ତେଣୁ ଆତଙ୍କବାଦ ବଢୁଛି | ତାହେଲେ ଗୁଜୁରାଟ, ରାଜସ୍ଥାନ ଏବଂ ପଞ୍ଜାବ ପାକିସ୍ତାନ ନିକଟରେ ଅବସ୍ଥିତ। ତେବେ କାହିଁକି ଜମ୍ମୁକାଶ୍ମୀରରେ ଆତଙ୍କବାଦ ଘଟଣା କାହିଁକି ହେଉଛି? “

Leave a Reply