ଚିଲିକା:ଚିଲିକା ବ୍ଲକ କୁମାଣ୍ଡଳ ପାଟଣା ପଞ୍ଚାୟତର ହରିକୁଣ୍ଡ ଗାଁର ଶିକ୍ଷକ ନିଶାକର ବରାଳଙ୍କ ଝିଅ ସୌମ୍ୟାଶ୍ରୀ ବରାଳ ଆମେରିକାସ୍ଥିତ ମର୍ଯ୍ୟାଦାଜନକ ‘ନାସା’(ନେସ୍ନାଲ୍ ଲ୍ ଅରୋନେଟିକ୍ସ ଏଣ୍ଡ ସ୍ପେସ୍ ଅଡ୍ମିନିଷ୍ଟ୍ରେସନ୍)ର ବୈଜ୍ଞାନିକ ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଛନ୍ତି । ଗାଁ ସ୍କୁଲ୍ରୁ ପ୍ରାଥମିକ ଶିକ୍ଷା ଆରମ୍ଭକରି, ନାଚୁଣୀ କଲେଜରେ ସ୍ନାତକ, ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକତ୍ତୋର ଏବଂ ପାଟଣା ବିଶ୍ବବିଦ୍ୟାଳୟରେ ପଦାର୍ଥବିଜ୍ଞାନରେ ପିଏଚ୍ଡି କରିଥିଲେ। ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଆଜି ସେ ସମଗ୍ର ଦେଶପାଇଁ ଅନନ୍ୟ ଗୌରବ ଆଣିଛନ୍ତି। ଏକ ନିପଟ ମଫସଲରେ ଜନ୍ମହୋଇ ମଧ୍ୟ ନିଜ ପାଇଁ ତଥା ଦେଶ ପାଇଁ ଗୌରବ ଆଣିଥିବାରୁ ସ୍ଥାନୀୟ ଅଞ୍ଚଳ ବହୁ ସାମାଜିକ ସଂଗଠନ, ରାଜନେତା, ଶିକ୍ଷାବିତ ଓ ବୁଦ୍ଧିଜୀବୀମାନେ ସୌମ୍ୟାଶ୍ରୀଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି।