ଗୋ ଚାଲାଣ ଅଭିଯୋଗ, ଜଣେ ଗିରଫ

ଗୋ ଚାଲାଣ ଅଭିଯୋଗ, ଜଣେ ଗିରଫ

ପୁରୀ,୨୬/୧୨:ଗୋ-ଚାଲାଣ ଅଭିଯୋଗରେ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଜିସେମ୍ବର 23 ତାରିଖ ଅପରାହ୍ନରେ ପୁରୀ- କୋଣାର୍କ ରାଜରାସ୍ତାରେ ଏକ ଗାଡ଼ି ଯୋଗେ ୩ଟି ଗାଈ ଓ ଗୋଟିଏ ଷଣ୍ଢ ଚାଲାଣ ହେଉଥିବାବେଳେ କେତେକ ଗୋ-ସେବକ ସେମାନଙ୍କୁ ଅଟକାଇ ଆକ୍ରମଣ ଶୀକାର ହୋଇଥିଲେ।

ଏହାର ପ୍ରତିବାଦରେ ଗୋ ସେବକମାନେ ଟାୟାର ଜାଳି ବାଲିଘାଇରେ ରାସ୍ତା ଅବରୋଧ କରିଥିଲେ । ପୁଲିସ ସେଠାରେ ପହଞ୍ଚି ଗୋ-ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ତାଳବଣିଆ ଥାନା ଅନ୍ତର୍ଗତ ଭୁଦାନ ନଗରର ସୁଶାନ୍ତ କୁମାର ମହାପାତ୍ରଙ୍କ ଅଭିଯୋଗକ୍ରମେ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।ଜିସେମ୍ବର 25 ତାରିଖ  ଏହି ମାମଲାରେ ପୁଲିସ ଗାଡ଼ି ମାଲିକ ରାମଚଣ୍ଡୀ ଥାନା ଅନ୍ତର୍ଗତ ପୋଡକରାର କୈଳାସ ପ୍ରଧାନ(୩୮)କୁ ଗିରଫ କରିଥିବାବେଳେ ଗାଡି ଚାଳକ ଓ ଚାଲାଣକାରୀ ଫେରାର ଥ‌ିବା ଜଣାପଡ଼ିଛି । ପୁଲିସ ଗିରଫ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଗୁରୁବାର ଅଦାଲତ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *