ଦେଶର ସାର୍ବଭୌମତ୍ୱକୁ ଅସମ୍ମାନ

କଂଗ୍ରେସର ଭାରତ ମାନଚିତ୍ରରୁ ପିଓକେ ଗାଏବ
ନୂଆଦିଲ୍ଲୀ: କର୍ଣାଟକ କଂଗ୍ରେସର ଏକ ପୋଷ୍ଟରରେ ଭାରତ ମାନଚିତ୍ରକୁ ନେଇ ବିବାଦ ଉପୁଜିଛି। ଏହି ମାନଚିତ୍ରରୁ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର) ଏବଂ ଅକ୍ସାଇ ଚୀନ୍ ଗାଏବ ହୋଇଥିବା ବିଜେପି ଅଭିଯୋଗ ଆଣିଛି। ମହାତ୍ମା ଗାନ୍ଧୀଙ୍କ ପୋଷ୍ଟର ସହ ଏହି ମାନଚିତ୍ର ଲଗାଯାଇଛି। ମାନଚିତ୍ରରୁ ଭାରତର ବିଭିନ୍ନ ଅଂଶକୁ କଂଗ୍ରେସ କାହିଁକି ହଟାଇଛି ଏବଂ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ପ୍ରଶ୍ନ କରିଛି। ବିବାଦ ବଢ଼ିବା ପରେ କଂଗ୍ରେସ ଏହି ପୋଷ୍ଟର ହଟାଇଦେଇଛି। କର୍ଣ୍ଣାଟକର ବେଲଗାଭିରେ ୧୯୨୪ରେ କଂଗ୍ରେସ ଅଧୂବେଶନର ଶତାଦ୍ଦୀ ପାଳନ ଲାଗି ଦଳ ପକ୍ଷରୁ ପୋଷ୍ଟର ଲଗାଯାଇଥିଲା। ଏଥିରେ ଭାରତର ମାନଚିତ୍ର ପ୍ରଦର୍ଶନ କରାଯାଇଥିଲା। ମାନଚିତ୍ରରେ ପିଓକେର ଗିଲ୍‌ଟ ଅଞ୍ଚଳ ଏବଂ ଚୀନ୍ ଅଧ୍ଯକୃତ ଅକ୍ସାଇ ଚୀନ୍ ସ୍ଥାନିତ ହୋଇଥିଲା। ଏହି ଦୁଇଟିଯାକ କ୍ଷେତ୍ର ଜମ୍ମୁ-କାଶ୍ମୀରର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ନେଇ ବିଜେପି ଏବଂ ଏହା ନେତୃତ୍ବାଧୀନ ଏନ୍‌ଡିଏ ନେତାମାନେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। ବିଜେପି ଏହାର ଏକ୍ସ ହ୍ୟାଣ୍ଡେଲରେ ଲେଖୁଛି, ରାହୁଲ ଗାନ୍ଧୀଙ୍କ ମହୋବତ୍ କୀ ଦୁକାନ ସବୁବେଳେ ଚୀନ୍ ପାଇଁ ଖୋଲା ! ସେମାନେ ଦେଶକୁ ବିଭାଜିତ କରିଦେବେ। ଥରେ ସେମାନେ ଏପରି କରିସାରିଛନ୍ତି। ସେମାନେ ପୁଣି ଏପରି କରିବେ । କର୍ଣ୍ଣାଟକ ବିଜେପି କହିଛି, କଂଗ୍ରେସର ଭାରତର ସାର୍ବଭୌମତ୍ୱକୁ ଏଭଳି ମାନଚିତ୍ର ମାଧ୍ୟମରେ ଅସମ୍ମାନିତ କରିଛି। ଏସବୁ କେବଳ ନିଜ ଭୋଟ୍‌ବ୍ୟାଙ୍କ୍କୁ ଖୁସି କରିବା ପାଇଁ । ଏହା ବେଶ୍ ଲଜ୍ଜାଜନକ।
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, କଂଗ୍ରେସର ମାନଚିତ୍ରରୁ ପିଓକେ ଏବଂ ଅକ୍ସାଇ ଚୀନ୍ ଗାଏବ ହୋଇଯାଇଛି। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମହାତ୍ମା ଗାନ୍ଧୀଙ୍କ ପୋଷ୍ଟର ନିକଟରେ ଏହି ମାନଚିତ୍ର ରଖାଯାଇଛି। ଏଭଳି ଦେଶ ବିରୋଧୀ ଶକ୍ତି ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବେଶ୍ ଆଲର୍ଟ ଅଛନ୍ତି ବୋଲି ସର୍ଭିଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ। ସେହିପରି ଦେଶର ଜନତା ମଧ୍ୟ ଏଭଳି ଶକ୍ତି ଉପରେ ନିଜର ରଖିବା ସହ ସଚେତନ ଅଛନ୍ତି ବୋଲି ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିବାଦ ପରେ କଂଗ୍ରେସ ଏହି ମାନଚିତ୍ର ହଗଇବା ସହ ଏହା ଉପରେ ସଫେଇ ଦେଇଛି। ଏହି ମ୍ୟାପ୍ ଦଳ ପକ୍ଷରୁ ଲଗାଯାଇନାହିଁ। ବିଜେପି ସଦସ୍ୟମାନେ ଏଭଳି କରିଥିବେ । ଯେ କେହି ବି ମାନଚିତ୍ର ଲଗାଇଦେଲେ ତାହା ଅସଲି ହୋଇଯିବ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Leave a Reply

Your email address will not be published. Required fields are marked *