ନକ୍ସଲ ନେତାର ଘର ମାଟିରେ ମିଶାଇଲେ ଗ୍ରାମବାସୀ

ମାଲକାନଗିରି: ନକ୍ସଲ ସଂଗଠନର ଦୁର୍ଦ୍ଦାନ୍ତ ନେତା ହିଡ଼ମାର ପୈତୃକ ଘରକୁ ଧ୍ବଂସ କରିଦେଇଛନ୍ତି ଗ୍ରାମବାସୀ। ସୁରକ୍ଷାକର୍ମୀଙ୍କ ସହଯୋଗରେ ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।  ବର୍ତ୍ତମାନ ସୁରକ୍ଷାକର୍ମୀ ଏହି ଗାଁ ସହ ଆଖପାଖ ଗାଁରେ ସୁରକ୍ଷା ଦେବା ପରେ ଲୋକେ ଗାଁକୁ ଫେରିଛନ୍ତି। ତେବେ ପୂବର୍ତ୍ତୀ ଗାଁରେ କ୍ୟାମ୍ପ କରିବା ପରେ ହିଡ଼ମାର ମା’ କୁଆଡ଼େ ଫେରାର୍ ହୋଇଯାଇଛନ୍ତି। ବର୍ତ୍ତମାନ ଗାଁରେ କେବଳ ମାଟି ଘରଟିଏ ରହିଛି। ତେଣୁ ଗ୍ରାମବାସୀ ସୁରକ୍ଷାକର୍ମୀଙ୍କ ସହଯୋଗରେ ସେହି ଘରକୁ ଧ୍ବଂସ କରିଦେଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ଆଉ ଜଣେ କମାଣ୍ଡର ହେଲା ଦେବା। ପୂବର୍ତ୍ତୀରେ ତା’ ଘରକୁ ମଧ୍ୟ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ପୂବର୍ତ୍ତୀ ଓ ଆଖପାଖ ଅଞ୍ଚଳକୁ ନକ୍ସଲ ସଂପୂର୍ଣ୍ଣ ନିଜ କବ୍‌ଜାରେ ରଖିଥିଲେ। ତେଣୁ ଗ୍ରାମବାସୀ ଶିକ୍ଷା, ସ୍ବାସ୍ଥ୍ୟ ସହ ଅନ୍ୟାନ୍ୟ ସେବାରୁ ବଞ୍ଚିତ ହୋଇ ରହିଥିଲେ। ଏବେ ଏହି ଅଞ୍ଚଳରୁ ନକ୍ସଲ ଏକପ୍ରକାର ବିତାଡ଼ିତ ହେବା ପରେ ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମବାସୀ ଟିଭି ଦେଖିବାର ସୁଯୋଗ ପାଇଛନ୍ତି। ରାସନ୍‌ କାର୍ଡ ପାଇବା ପରେ ଗାଁ ଲୋକେ ଖୁସିରେ ନାଚିଥିଲେ।

Leave a Reply

Your email address will not be published. Required fields are marked *