ବେଆଇନ ଗୋଚାଲାଣ-ଭଦ୍ରକ ଜିଲ୍ଲା ସନ୍ଥିଆ ନିକଟରୁ ପୁଲିସ ଉଦ୍ଧାର କଲା ୧୭ଟି ଗୋରୁ

ଭଦ୍ରକ: ପିକଅପ୍‌ ଭ୍ୟାନରେ ଗୋରୁ ଚାଲାଣ ହେଉଥିବାବେଳେ ପୁଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଭଦ୍ରକ ଜିଲ୍ଲା ସନ୍ଥିଆ ନିକଟରୁ ପୁଲିସ ୧୭ଟି ଗୋରୁ ଉଦ୍ଧାର କରିଛି। ଵନ୍ତରୁ ଏକ ପିକଅପ୍ ଭ୍ୟାନ ଗୋରୁ ଚାଲାଣ ହେଉଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା।  ଭଦ୍ରକ ଜିଲ୍ଲା ପୁରୁଣା ଵଜାର ପୁଲିସ ସନ୍ଥିଆ ନିକଟରେ ପିକଅପ୍ ଭ୍ୟାନଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ଗାଡ଼ିରୁ ୧୭ ଗୋରୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରହିଛି। ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି। ଗୋରୁ ମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ଏକ ପିକ୍ ଭ୍ୟାନରେ ଚାଲାଣ କରାଯାଉଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପଶୁ ଡାକ୍ତର ଡକାଯାଇ ଗୋରୁମାନଙ୍କର ଚିକିତ୍ସା କରାଯାଇଛି।

Leave a Reply

Your email address will not be published. Required fields are marked *