ବେଆଇନ ଗୋଚାଲାଣ-ଏକ ଷଣ୍ଢ ବୋଝେଇ ଟାଟା ଏସି ଭ୍ୟାନ ସମେତ ୪ ମୋଟର ସାଇକେଲ ଜବତ

ବୈଶିଙ୍ଗା: ବେଆଇନ ଗୋଚାଲାଣ ସମ୍ପର୍କରେ ଖବରପାଇ ବୈଶିଙ୍ଗା ଥାନା ଅନ୍ତର୍ଗତ କଦଳିଆ-ମଛପଦା ରାସ୍ତାରେ ଚଢ଼ଉକରି ଏକ ଷଣ୍ଢ ବୋଝେଇ ଟାଟା ଏସି ଭ୍ୟାନ ସମେତ ୪ ମୋଟର ସାଇକେଲକୁ ପୁଲିସ ଜବତ କରିଛି।

ବେଆଇନ ଗୋଚାଲାଣ ସୂଚନା ଆଧାରରେ  ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏଏସଆଇ ଭାବଗ୍ରାହୀ ମହାନ୍ତ ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ସଦଳବଳେ ସ୍ଥାନୀୟ ଲୋକଙ୍କ ସହାୟତାରେ କଦଳିଆ-ମଛପଦା ରାସ୍ତାରେ ଚଢ଼ଉ କରିଥିଲେ।

ଘଟଣା ସ୍ଥଳରୁ ଓଡ଼ି-୦୧ଏୱାଇ -୮୦୭୮ନମ୍ବର ବିଶିଷ୍ଟ ଟାଟା ଏସି ସମେତ ଚାରିଗୋଟି ମୋଟର ସାଇକେଲକୁ ପୁଲିସ ଜବତ କରିଛି। ଥାନାକୁ ଆଣି ଟାଟା ଏସି ଭ୍ୟାନରେ ଅତ୍ୟନ୍ତ ଅମାନୁଷିକ ଭାବରେ ଗୋଡ଼ ବାନ୍ଧି ଚାଲାଣ କରାଯାଉଥିବା ଦୁଇଟି ବିଶାଳ ଷଣ୍ଢକୁ ଉଦ୍ଧାରକରି ବୈଶିଙ୍ଗା ପୁଲିସ ପକ୍ଷରୁ ପଶୁ ଡାକ୍ତରଙ୍କ ସହାୟତାରେ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଛି। 

ଏନେଇ ବୈଶିଙ୍ଗା ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାର ହୋଇଥିବା ଦୁଇଟି ଷଣ୍ଢଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରାଥମିକ ଚିକିତ୍ସା ପରେ ସ୍ଥିର ଥିବା ତଥା ଖୁବଶୀଘ୍ର ଗୋଚାଲାଣକାରୀ ଗ୍ୟାଙ୍ଗକୁ ଗିରଫ କରାଯିବା ନେଇ ଆଇଆଇସି ତପନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *