Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଂଲାଦେଶ ସରକାର ସ୍ୱୀକାର କରିଛନ୍ତି ଯେ, ଶେଖ ହସିନା ପଦରୁ ଇସ୍ତଫା ଦେବା ପରେ ହିନ୍ଦୁଙ୍କ ବିରୋଧରେ ୮୮ ଟି ହିଂସା ଘଟିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଂଲାଦେଶ ସରକାର ସ୍ୱୀକାର କରିଛନ୍ତି ଯେ, ଶେଖ ହସିନା ପଦରୁ ଇସ୍ତଫା ଦେବା ପରେ ହିନ୍ଦୁଙ୍କ ବିରୋଧରେ ୮୮ ଟି ହିଂସା ଘଟିଛି

ଢାକା: ବାଂଲାଦେଶ ମଙ୍ଗଳବାର ସ୍ବୀକାର କରିଛି ଯେ, ଅଗଷ୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ମୁଖ୍ୟତଃ ହିନ୍ଦୁଙ୍କ ଉପରେ ୮୮ଟି ସାମ୍ପ୍ରଦାୟିକ  ହିଂସା ଘଟିଛି। ମଧ୍ୟବର୍ତ୍ତୀକାଳୀନ ସରକାରୀ ମୁଖ୍ୟ ମହମ୍ମଦ ୟୁନୁସଙ୍କ ପ୍ରେସ ସଚିବ ଶାଫିକୁଲ ଆଲାମ କହିଛନ୍ତି ଯେ, ଏହି ଘଟଣାରେ ୭୦ଜଣଙ୍କୁ ଗିରଫ କରାଯାଇଛି।

ବୈଦେଶିକ ସଚିବ ବିକ୍ରମ ମିସରି, ବାଂଲାଦେଶୀ ନେତୃତ୍ୱଙ୍କ ସହ ଏକ ବୈଠକରେ ଅଳ୍ପସଂଖ୍ୟକ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣର ଦୁଃଖଦ ଘଟଣା ବ‌ୋଲି କହିବାର ଦିନକ ପରେ ଆଲାମ ଏହି ସୂଚନା ଦେଇଛନ୍ତି। ଆଲାମ ଗଣମାଧ୍ୟମକୁ କହିଛନ୍ତି ଯେ ଅଗଷ୍ଟ ୫ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟ ସହ ଜଡିତ ୮୮ ଟି ମାମଲା ପଞ୍ଜିକୃତ ହୋଇଛି।

ସେ କହିଛନ୍ତି, ଉତ୍ତର-ପୂର୍ବ ସୁନାମଗଞ୍ଜ,  ‌ମଧ୍ୟ ଗାଜୀପୁର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ହିଂସା ଘଟଣାର ନୂଆ ମାମଲା ରୁଜୁ ହୋଇଥିବାରୁ ମାମଲା ଏବଂ ଗିରଫଦାରୀ ବୃଦ୍ଧି ହେବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ, ଏପରି କିଛି ଘଟଣା ମଧ୍ୟ ଘଟିଛି ଯେଉଁଠାରେ କିଛି ପୀଡିତ ବ୍ୟକ୍ତି ପୂର୍ବ ଶାସକ ଦଳର ସଦସ୍ୟ ରହିଥିଲେ।

ଏହା ପୂର୍ବରୁ ବାଂଲାଦେଶ ସରକାର କହୁଥିଲେ ଯେ, କିଛି ଘଟଣାକୁ ଛାଡି ଦେଲେ  ହିନ୍ଦୁମାନଙ୍କ ଉପରେ ସେମାନଙ୍କ ବିଶ୍ୱାସ ଭାବନା ଆଧାରରେ  ଆକ୍ରମଣ କରାଯାଇ ନାହିଁ। ମାତ୍ର ଏବେ ଆଲାମ କହିଛନ୍ତି ଅକ୍ଟୋବର ୨୨ପରେ ଘଟିଥିବା ଘଟଣାର ବିବରଣୀ ଶୀଘ୍ର ସେୟାର କରାଯିବ। 

ଗତ କିଛି ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଘଟଣା ବୃଦ୍ଧି ପାଇଛି। ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଛି। ବିଶେଷ କରି  ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି। ଭାରତ ସମେତ ଅନେକ ଦେଶ  ପକ୍ଷରୁ ବାରମ୍ବାର ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

୧୭ କୋଟି ଜନସଂଖ୍ୟାରେ ବାଂଲାଦେଶର ଜନସଂଖ୍ୟାର ପ୍ରାୟ ଆଠ ପ୍ରତିଶତ ହିନ୍ଦୁ ଅଟନ୍ତି। ବାଂଲାଦେଶର  ୫୦ ରୁ ଅଧିକ ଜିଲ୍ଲାରେ ହିନ୍ଦୁଙ୍କ ଉପରେ ୨୦୦ ରୁ ଅଧିକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।  ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ସରକାର ଅଗଷ୍ଟ ୫ରେ ବହିଷ୍କୃତ ହେବା ପରଠାରୁ ଏହା ଘଟିଛି।

ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇ ଯାଇଛି। ଅଗଷ୍ଟରେ ସରକାର ବିରୋଧୀ ବିରୋଧ ଯୋଗୁ ଶେଖ ହସିନା ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ, ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିଲା। ହସିନା ଭାରତରେ ଆଶ୍ରୟ ନେବାର କିଛି ଦିନ ପରେ ୟୁନୁସ କ୍ଷମତାକୁ ଆସିଥିଲେ। ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏବଂ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ଗତ ସପ୍ତାହରେ ସମ୍ପର୍କ ଅଧିକ ବିଗିଡି ହୋଇଯାଇଥିଲା। ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିବା ପରେ ଭାରତର ଜଣେ ବରିଷ୍ଠ ଅଧିକାରୀ ବିକ୍ରମ ମିସରିଙ୍କ ଏହା ହେଉଛି ପ୍ରଥମ ଗସ୍ତ।

Leave a Reply