କେନ୍ଦ୍ରାପଡ଼ା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା

କେନ୍ଦ୍ରାପଡ଼ା: ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରୁ ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ମହାରାଜ୍‌ଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ବିଶାଳ ସମାବେଶ ଏବଂ ରାଲି ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ କନ୍ତିଆ ମଠାଧୀଶ ସିଦ୍ଧାର୍ଥ ଶଙ୍କର ଦାସ ମହାରାଜ, ଇସକନ୍ ମଠର ମଠାଧୀଶ ବାବାଜୀ ହରେକୃଷ୍ଣ ଦାସଙ୍କ ସମେତ ସ୍ୱାମୀ ବିଶ୍ୱ ସ୍ୱରୂପା ଗିରୀ ମହାରାଜ, କଳାବୁଦା ଆଶ୍ରମର ସାଧୁବାବା ଗୁଣ୍ଡୁଚୀ ଦାସ ମହାରାଜ, ଛେଦରା ମଠର ମଠାଧିଶ ଯଶୋବନ୍ତ ଦାସ ଏବଂ ରାଜନଗରର ମହିମା ଅଲେଖ ଦାସ ମହାରାଜ ପ୍ରମୁଖ ଯୋଗଦେଇ ବାଙ୍ଗଲାଦେଶରେ ହିନ୍ଦୁ ଲୋକମାନଙ୍କ ପ୍ରତି କରାଯାଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ବିଶେଷ କରି ହିନ୍ଦୁ ମହିଳାମାନଙ୍କ ପ୍ରତି ଅତି ଅମାନବୀୟ ଓ ଅକଥନୀୟ ଅତ୍ୟାଚାରକୁ ଘୋର ବିରୋଧ କରିଥିଲେ । ସେଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଯୋଗଦେଇ ଉପରୋକ୍ତ ସାଧୁସନ୍ଥମାନେ ବାଙ୍ଗଲାଦେଶୀମାନେ ହିନ୍ଦୁ ନାରୀମାନଙ୍କୁ ଯେଭଳି ଭାବରେ ଅତି ବବରୋଚିତ ଭାବେ ମାଡମାରି ହତ୍ୟା କରୁଛନ୍ତି, ହିନ୍ଦୁ ଧର୍ମାବଲମ୍ବୀ ମଠ ମନ୍ଦିର ଗୁଡିକୁ ଭାଙ୍ଗିରୁଜି ନଷ୍ଟ ଭ୍ରଷ୍ଟ କରୁଛନ୍ତି, ବାଙ୍ଗଲା ଦେଶରୁ ଚାଲିଆସି ଭାରତର ବିଭିନ୍ନ କୋଣ ଅନୁକୋଣରେ ଲୁଚିଛପି ରହି ଆତଙ୍କବାଦୀ କାର୍ଯ୍ୟ କଳାପରେ ଲିପ୍ତ ରହି ହିନ୍ଦୁ ଲୋକ ମାନଙ୍କୁ ବାରମ୍ବାର ଆକ୍ରମଣ କରି ଭାରତରେ ଦଙ୍ଗା ପରିସ୍ଥିତି ଓ ହିଂସାକାଣ୍ଡ ଭଳି ଅତି ଦୟନୀୟ ପରିସ୍ଥିତି ସୃଷ୍ଟି କରିବା ଭଳି ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପମାନ କରୁଛନ୍ତି ତାହାର ଦୃଢ ନିନ୍ଦା କରିଥିଲେ । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବିଭିନ୍ନ ସଂଗଠନର ପ୍ରମୁଖ ବିବେକାନନ୍ଦ ମହାରଣା, ଶଶାଙ୍କ ଶେଖର ଜେନା, ମାଧବ ଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର ସାମଲ, ସଞ୍ଜୟ ପତ୍ରି, ଉମେଶ ଦାସ, ବିନୋଦ ଦାସ, ରାଜକିଶୋର ନାୟକ, କରୁଣାକର ସାହୁ, ପ୍ରଫୁଲ୍ଲ ଦାସ, ନୀରଞ୍ଜନ ସୁଆର, ସୁନାକର ବେହେରା, ଲୋକନାଥ ଦାସ, ବୈଦ୍ୟନାଥ ଚାଟାର୍ଜୀ, ଗୀତାଞ୍ଜଳୀ ସେଠୀ, ପ୍ରଦୀପ ନାୟକ, ପ୍ରଭାତ ରଞ୍ଜନ ଦାସ, ୟସପାଲ୍ ସୁତାର, ସୁକାନ୍ତ ସାହୁ, ଉପିନ ରାଉତ, ନେହେରୁ ସାହୁଙ୍କ ସମେତ ତେଜଶ୍ୱର ପରିଡା, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୂଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *