ନୂଆପଡା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବଙ୍ଗଳାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧରେ ବିକ୍ଷୋଭ ସଭା ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର

ନୂଆପଡା : ନୂଆପଡ଼ା ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ବଙ୍ଗଳାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଅନ୍ୟାୟ ବିରୁଦ୍ଧରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ନୂଆପଡ଼ା ନଗର ପରିକ୍ରମା କରିଥିଲା । ରାମ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ହେମନ୍ତ କୁମାର ଦଣ୍ଡସେନା ମଞ୍ଚ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଦିଲୀପ କୁମାର ଜିଜ୍ଞାସୁ, କୁଞ୍ଜ ଦେବ ମନସୀ, ପୁସ୍ତମ ସୁନାନୀ, ହେତୁରାମ ଚନ୍ଦ୍ରକାର, ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଶନ୍ନ ପାଢୀ, ସୁବ୍ରତ ଠାକୁର, ଅଭିନନ୍ଦନ ପଣ୍ଡା, ବିନୋଦ ଅଗ୍ରୱାଲ, ସଂଜୟ ତିୱାରୀ, ଯଦୁମଣି ପାଣିଗ୍ରାହୀ, ସୁଶିଲ ଅଗ୍ରୱାଲ, ଖରିଆର ରୋଡ ନଗର ଅଧ୍ୟକ୍ଷା ଡ. ସୋନିଆ ଜୈନ୍‌, ସରୋଜ କୁମାର ସାହୁ, ସମେତ ବହୁ ହିନ୍ଦୁ ଯୋଗ ଦେଇଥିଲାବେଳେ ଗୁରୁକୂଳ ଆମସେନା ଏବଂ ଗୁରୁକୂଳ ଆଶ୍ରମ ହରିପୁର ଅନ୍ତେବାସୀ ମାନେ ଏହି ବିକ୍ଷୋଭ ପଦର୍ଶନରେ ସାମିଲଥିଲେ ।

Leave a Reply

Your email address will not be published. Required fields are marked *