ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଶୋଭାଯାତ୍ରା ଓ ଦାବିପତ୍ର
ଜୟପୁର : ହିନ୍ଦୁ ଜାଗରଣ ମଂଚ ତରଫରୁ ହିନ୍ଦୁ ଜାଗରଣ ମଂଚ ପ୍ରମୁଖ ଗଣେଶ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଜୟପୁରଠାରୁ ବାଇକ ଶୋଭାଯାତ୍ରା ବାହାରି କୋରାପୁଟ ଆର ଟି ଓ ଅଫିସ ଠାରୁ ବିଭିନ୍ନ ଆଧ୍ୟାତ୍ମିକ, ଓ ସାମାଜିକ,ଯୁବକ ସଂଘ ସମ୍ମିଳିତ ହୋଇ ଏକ ବିଶାଳ ଶୋଭା ଯାତ୍ରା ୫୦୦୦ରୁ ଅଧିକ ଜନ ସମୂହ ଙ୍କୁ ନେଇ ଆୟୋଜିତ ହୋଇ ଥିଲା । ଏଥିରେ ଆର, ଏସ ,ଏସ ,ବିଶ୍ୱହିନ୍ଦୁ ପରିଷଦ , ବଜରଙ୍ଗ ଦଳ , ହିନ୍ଦୁ ସମାଜ , ଗାୟତ୍ରୀ ପରିବାର ,ଇସ୍କନ , ପତଞ୍ଜଳି,ବ୍ରାହ୍ମଣ ସମାଜଓ ସମସ୍ତ ପଲ୍ଲୀ ଗ୍ରାମର ଆଦିବାସୀ,ବନବାସୀ , କୁନ୍ଦୁଲି ଆଶ୍ରମ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକର ବିଶେଷ ଯୋଗଦାନ ରହିଥିଲା । ଇସ୍କନ ର ଧର୍ମ ପ୍ରଚାରକ ଗୁରୁ ଚିନ୍ମୟ କୃଷ୍ଣ ଦାସ୍ ଙ୍କ ମୁକ୍ତି ଓ ହିନ୍ଦୁ ମାନଙ୍କୁ ବାଂଲାଦେଶ ରେ ଦେଉଥିବା ପ୍ରତାରଣା ନାରୀମାନଙ୍କ ଉପରେ ଅତ୍ୟାଚାର ଲୁଣ୍ଠନ କୁ ରୋକିବା ନିମିତ୍ତ ଜିଲ୍ଲା ପ ।ଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଗଲା । ବିଶ୍ୱହିନ୍ଦୁ ପରିଷଦ ର ପ୍ରମୁଖ ବ ।ବୁଭାଇ ବଜ୍ରଙ୍ଗି , ଲିଲୁ ବିଶ୍ୱାଳ ,ବ୍ରାହ୍ମଣ ସମାଜ ର ନବକୃଷ୍ଣ ରଥ,କୋରାପୁଟ ଜିଲ୍ଲା ଗୋସେବ । ପ୍ରମୁଖ ରଜନୀକାନ୍ତ ନାୟକ , ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଅତୁଲ ଜି ଓ ପ୍ର ।ନ୍ତ ପ୍ରଚାରକବାବୁ ଭାଇ ହିନ୍ଦୁ ସମାଜ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, ସ୍ୱାମୀ ବିଶ୍ୱାମିତ୍ର । ନନ୍ଦ ଗିରି ,ସୁବାଷ ଦତ୍ତ ଧର୍ମ ଜାଗରଣ ମଂଚ ତରଫ ରୁ ଜଳନ୍ଧର ତ୍ରିପାଠୀ , ଆରଏସଏସର ନିରଞ୍ଜନ ମିଶ୍ର ,ସୁବ୍ରତ ପଣ୍ଡା , ସୁଧାଂଶୁ ଶେଖର ଜେନା , ଲଲିତ ଅଗ୍ରୱାଲ, ଓ ଅନ୍ୟ ସଂସ୍ଥା,ସଂଗଠନ ଗୁଡିକର କ ।ର୍ୟକର୍ତ୍ତ । ଗଣ ଙ୍କ ପୂର୍ଣ୍ଣ ଯୋଗଦାନ ରହି ଥିଲା