Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆନ୍ଧ୍ର ଚାଲାଣବେଳେ ଗୋ-ମାଂସ କଣ୍ଟେନର ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆନ୍ଧ୍ର ଚାଲାଣବେଳେ ଗୋ-ମାଂସ କଣ୍ଟେନର ଜବତ

ଆନ୍ଧ୍ର ଚାଲାଣବେଳେ ଗୋ-ମାଂସ କଣ୍ଟେନର ଜବତ
ଜଗତପୁର, ୪/୧୨ : ଗୋଚାଲାଣ ଓ ଗୋ ମାଂସ କାରବାର ଦିନକୁ ଦିନ ବଢିବାର ଲାଗିଛି । କଟକ ଉପକଣ୍ଠର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଟ୍ରକ୍ ଟ୍ରକ୍ ଗୋ ମାଂସ ବାହାର ରାଜ୍ୟକୁ ଚାଲାଣ ହେଉଛି । ଏପରିକି ଏହି କାରବାରର ବିଦେଶ ଲିଙ୍କ୍ ସାମ୍ନାକୁ ଆସିଛି। ବାଂଲାଦେଶ ସମେତ ଅନ୍ୟ କେତେକ ସ୍ଥାନକୁ ଉପକୂଳ ଅଞ୍ଚଳରୁ ଗୋ ମାଂସ ଚାଲାଣ କରାଯାଉଥିବା କମିସନରେଟ୍ ପୁଲିସ ଜାଣିବାକୁ ପାଇଛି । ଏହି କାରବାର ପଛରେ ବଡ଼ ଦଳ କାର୍ଯ୍ୟ କରୁଥିବା ଜଣାପଡିଛି। ଏଠାକାର କିଛି ଦଲାଲ ବହାର ରାଜ୍ୟର ଦଲାଲଙ୍କ ସମ୍ପର୍କରେ ରହୁଛନ୍ତି । ଅର୍ଡର ମୁତାବକ ଏମାନେ ଚଢାଦରରେ କଣ୍ଟେନର ଓ ଟ୍ରକ୍‌ରେ କେତେକ ପଡୋଶୀ ରାଜ୍ୟକୁ ଚାଲାଣ କରୁଛନ୍ତି । ସେଠାରୁ ଏହାକୁ ବୋଟ୍ ବା ଜାହାଜ ଯୋଗେ ବିଦେଶକୁ ଚାଲାଣ କରାଯାଉଛି। କଣ୍ଟେନରକୁ ୩୦ରୁ ଅଧିକ ବନ୍ଧୁକଧାରୀ କର୍ଡନ ସୁରକ୍ଷା ଦେଉଛନ୍ତି ା ଏମାନେ ସୀମା ପାର୍ କରିବାରେ ସହଯୋଗ କରୁଥିବା ପୁଲିସ ଜାଣିବାକୁ ପାଇଛି । ଜଗତପୁର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଗୋମାଂସ ବୋଝେଇ କଣ୍ଟେନର ଜବତ ହୋଇଛି।
ଜଗତପୁର ଥାନା ଅନ୍ତର୍ଗତ କଟକ- ଚାନ୍ଦବାଲି ରାସ୍ତା ଖଇରାପୋଲଠାରେ ଏକ ଗୋ- ମାଂସ ବୋଝେଇ କଣ୍ଟେନରକୁ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ମଙ୍ଗଳବାର ବିଳମ୍ବିତ ରାତିରେ ଅଟକାଇଥଲେ। ଏହି ଗୋକଣ୍ଟେନରକୁ ସୁରକ୍ଷା ଦେଉଥ‌ିବା ୩୦ରୁ ଅଧିକ ବନ୍ଧୁକଧାରୀ ବ୍ୟକ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀଙ୍କୁ ଆକ୍ରମଣ କରିବା ସହ ଗୁଳି ଚାଳନା କରିଥିଲେ; ମାତ୍ର କଣ୍ଟେନରକୁ ଅଟକାଇବାରେ କର୍ମୀମାନେ ସଫଳ ହୋଇଥିଲେ। ପୁଲିସକୁ ଦେଖ୍ କଣ୍ଟେନର ଡ୍ରାଇଭର ସମେତ ବନ୍ଧୁକଧାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଉକ୍ତ କଣ୍ଟେନରକୁ ଜବତ କରି ଥାନାକୁ ଆଣିଥିଲେ। ସେଥିରେ ଗୋ ମାଂସ ରହିଥିଲା। ଏହାକୁ ନେଇ ସେଠରେ ଚାପା ଉତ୍ତେଜନା ଲାଗି ରହିଥିଲା। ଗୋ- ସୁରକ୍ଷା ବାହାନୀ ଓ ବଜରଙ୍ଗ କର୍ମୀଙ୍କ ସହ ଶତାଧ୍ଵକ ହିନ୍ଦୁ ଧର୍ମାବଲମ୍ବୀ ଜଗତପୁର ଥାନାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଚେଆଇନ କଂସେଇଖାନା ବନ୍ଦ କରିବା ଦାବିରେ ରାଜରାସ୍ତାକୁ ଅବରୋଧ କରିଥିଲେ। ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁ ଓ ଜଗତପୁର ଥାନା ଅଧିକାରୀ ଓମପ୍ରକ୍ରାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ
ବୁଝାସୁଝା କରିଥିଲେ। ଏଥିସହ ବେଆଇନ ଚାଲଣ ହେଉଥ‌ିବା (ଏପି-୩୯ ୟୁଏଚ୍-୧୬୫୯) ନମ୍ବର ଥ‌ିବା କଣ୍ଟେନରକୁ ଜବତ କରାଯାଇଛି। ସାତବାଟିଆ ନିକଟସ୍ଥ ମହାନଦୀ ପଠାରେ ଜବତ ହୋଇଥିବା ୨୫ଟନ୍‌ ଗୋମାଂସ ପୋତାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ଦିନରେ ଗୋଚାଲାଣ ଓ ଗୋମାଂସ କାରବାର ରୋକିବା କ୍ଷେତ୍ରରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କମିସନରେଟ୍ ପଲିସ ପକ୍ଷର କରାଯାଇଛି ।

Leave a Reply