Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରଦୀପ, ଅର୍ଗାନାଇଜର ଓ ପାଂଚଜନ୍ୟ ତରଫରୁ ‘ପାଠକ ସମ୍ମିଳନୀ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରଦୀପ, ଅର୍ଗାନାଇଜର ଓ ପାଂଚଜନ୍ୟ ତରଫରୁ ‘ପାଠକ ସମ୍ମିଳନୀ’

ରାଷ୍ଟ୍ରଦୀପ, ଅର୍ଗାନାଇଜର ଓ ପାଂଚଜନ୍ୟ ତରଫରୁ ‘ପାଠକ ସମ୍ମିଳନୀ’
ଭୁବନେଶ୍ୱର,୫/୧୨:ରାଷ୍ଟ୍ରୀୟ ବିଚାରଧାରା ଆଧାରିତ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପ, ଅର୍ଗାନାଇଜର ଓ ପାଂଚଜନ୍ୟ ତରଫରୁ ବୁଧବାର ସଂଧ୍ୟାରେ ସରସ୍ୱତୀ ଶିଶୁ ମନ୍ଦିର, ୟୁନଟ-୬, ଭୁବନେଶ୍ୱର ଠାରେ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର କୁଟୁମ୍ଭ ପ୍ରବୋଧନ ପ୍ରାନ୍ତ ପ୍ରମୁଖ ବୈକୁଣ୍ଠନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରଦୀପର ସମ୍ପାଦକ ଚିତରଂଜନ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ।
ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ଯେ, ରାଷ୍ଟ୍ରଦୀପ, ପାଂଚଜନ୍ୟ ଓ ଅରଗାନାଇଜର୍ ଆମେ କାହିଁକି ପାଠ କରିବା ? ଏହାର ଉତର ହେଉଛି ଆମେ ଭାରତକୁ ଜାଣିବା, ଭାରତକୁ ଅନୁଭବ କରିବା ଏବଂ ଭାରତକୁ ଭାରତ ରୂପେ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ କରିବା । ଭାରତ ବିଷୟରେ ଇଂରେଜମାନେ ଯେଉଁ ଦୃଷ୍ଟିକୋଣ ଆମକୁ ଦେଇ ଯାଇଛନ୍ତି ତାହା ହେଉଛି ଅସତ୍ୟ ଉପରେ ଆଧାରିତ ବିମର୍ଶ, ଭାରତ ଏକ ରାଷ୍ଟ୍ରନୁହେଁ ଅନେକ ରାଷ୍ଟ୍ରର ସମାହାର, ଭାରତର ଇତିହାସ କେବଳ ପରାଜିତ ରାଜାମାନଙ୍କର ଇତିହାସ, ଆର୍ଯ୍ୟମାନେ ଏଠାକାର ମୂଳ ଅଧିବାସୀ ନୁହଁନ୍ତି ସେମାନେ ବାହାରୁ ଆସିଛନ୍ତି, ଭାରତର ବେଦ ବେଦାନ୍ତ ପୁରାଣ ସାହିତ୍ୟ ଆଦି ସବୁଗୁଡ଼ିକ ହେଉଛି ମିଥ୍ (ମାଇଥୋଲୋଜି), ଭାରତ ଏକ ଅନାହାର ଓ ଅର୍ଦ୍ଧାହାରରେ ସଢ଼ୁଥିବା ଗରିବ ଦେଶ ଇତ୍ୟାଦି । ରାଷ୍ଟ୍ରଦୀଘ ବର୍ଷ ଧରି ବିଭିନ୍ନ ସାହିତ୍ୟ, ଶିକ୍ଷାନୁଷ୍ଠାନ ଓ ବାହାରର ପତ୍ରପତ୍ରିକାଗୁଡ଼ିକ ମାଧ୍ୟମରେ ଭାରତ ବିଷୟରେ ଏସବୁ ନକାରାତ୍ମକ ବିମର୍ଶକୁ ଭାରତୀୟ ସମାଜରେ ପ୍ରତିଷ୍ଠା କରି ଦିଆଯାଇଛି । ଏପରି ଭାବେ ଏକ ବିଶାଳ ବୁଦ୍ଧିଜୀବୀ ସମାଜ ଆଜି ଭାରତବର୍ଷରେ ସୃଷ୍ଟି ହୋଇଛନ୍ତି । କିନ୍ତୁ ଆମ ସାପ୍ତାହିକ ପତ୍ରିକାରେ ପ୍ରକାଶ ପାଉଥିବା ଲେଖାଗୁଡ଼ିକୁ ନିୟମିତ ଚର୍ଚ୍ଚା ଆଲୋଚନା କରିବା ଫଳରେ ଅସତ୍ୟ ଆଧାରିତ ବିମର୍ଶ ଦ୍ୱାରା ଆମ ଦେଶର କଣ ସବୁ କ୍ଷତି ହେଉଛି ତାହା ଜାଣିହେବ । ସ୍ୱାମୀ ବିବେକାନନ୍ଦଙ୍କ ଅନୁସାରେ ଯେତେବେଳେ ଏ ଦେଶର ଉଚ୍ଚ ଶିକ୍ଷିତ ବୁଦ୍ଧିଜୀବୀ ସମାଜ ଭାରତକୁ ଅଧ୍ୟୟନ କରିବ ଓ ଅନୁଭବ କରିବ ଏବଂ ଭାରତକୁ ଭାରତ ଭାବେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବ ସେତେବେଳେ ଏଠାରେ ଭାରତ ବିଶ୍ୱଗୁରୁ ହେବାର ପ୍ରକ୍ରିୟା ଆରମ୍ଭ ହେବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂଜନୀୟ ସରସଂଘଚାଳକ ଶ୍ରୀଗୁଜୀଙ୍କ ପ୍ରେରଣାରେ ଆରମ୍ଭ ହୋଇଥିବା ରାଷ୍ଟ୍ରଦୀପ ପାଞ୍ଚଜନ୍ୟ ଓ ଅରଗାନାଇଜର୍ ଏହି ମହତ କାର୍ଯକୁ ଦୀର୍ଘ ବର୍ଷ ଧରି କରିଚାଲିଛି ।
ପ୍ରତ୍ୟେକ ପତ୍ରିକା ପାଇଁ ପାଠକ ହେଉଛନ୍ତି ଶ୍ରେଷ୍ଠ ପରାମର୍ଶଦାତା । ତେଣୁ ପାଠକମାନଙ୍କ ସହ ମତ ବିନିମୟରେ ସର୍ବଶ୍ରୀ ପ୍ର୍ରଦୀପ ନାୟକ, ଗଣେଶ୍ୱର ଶତପଥି, ସୁଦାମ ଚରଣ ନାୟକ ପ୍ରମୁଖ ଅନେକ ପାଠକ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବନଦୁର୍ଗା ସଂସ୍କାର କେନ୍ଦ୍ରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ବନ୍ଦେମାତରମ୍ ଗାନ କରିଥିଲେ । ବିଜୟ କେତନ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ନିଳମଣୀ ମହାପାତ୍ର ପାଠକ ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରଦୀପର ପରିଚାଳକ ଜ୍ୟୋତି ପ୍ରକାଶ ମିଶ୍ର, ହିରଣମୟ ଦାଶ, ମାଳତୀ ମହାପାତ୍ର,ତାପସ ଜେନା, ଦିଲ୍ଲୀପ ପତି ଓ ଅର୍ଜୁନ ଚରଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply