ସମ୍ଭଲ ହିଂସାର ପାକିସ୍ତାନ-ଆମେରିକା ଲିଙ୍କ୍

ଭୋପାଳ: ମଧ୍ୟପ୍ରଦେଶର ସମ୍ଭଲରେ ଜାମା ମସଜିଦ ସର୍ଭେ ସମୟରେ ଉତ୍ତେଜନାରେ ୯ ମିମି ପିସ୍ତଲ ମଧ୍ୟ ବ୍ୟବହୃତ ହୋଇଥିଲା। ମଙ୍ଗଳବାର ପୁଲିସର ଅନୁସନ୍ଧାନ ବେଳେ ପାକିସ୍ତାନ ଅର୍ଡିନାନ୍ସ କାରଖାନାରେ ନିର୍ମିତ ଏକ କାର୍ଟ୍ରିଜ ଏବଂ ସେଲ୍ ମୋହାଲା କୋଟଗାର୍ଭିର ଟାଙ୍କି ରୋଡରେ ଥିବା ଅଳିଆ ଆବର୍ଜନା ଭିତରୁ ମିଳିଛି। ଏହା ସହିତ ଆମେରିକାରେ ନିର୍ମିତ ୧୨ ଟି ବୋର କାର୍ଟ୍ରିଜ୍ ମଧ୍ୟ ମିଳିଛି। ସେହିଭଳି ୩୨ ବୋରର ତିନୋଟି ସେଲ ମଧ୍ୟ ମିଳିଛି। ଏସପି କୃଷ୍ଣ କୁମାର ବିଷ୍ଣୁ କହିଛନ୍ତି ଯେ ଏହି ଗମ୍ଭୀର ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ଭଲ ଭାବେ ପରୀକ୍ଷା କରାଯିବ। ୯ ମିଲିମିଟର କାର୍ଟ୍ରିଜ କେବଳ ସରକାରୀ ଅସ୍ତ୍ରରେ ବ୍ୟବହୃତ ହୁଏ। ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯିବ। କିଏ ହିଂସାରେ ପିସ୍ତଲ ବ୍ୟବହାର କରିଥିଲେ ତାହାର ତଦନ୍ତ ସିସିଟିଭି ଆଧାରରେ କରାଯାଉଛି।
 ଏସପି କହିଛନ୍ତି, ପାକିସ୍ତାନ ଏବଂ ଆମେରିକାର କାର୍ଟ୍ରିଜଗୁଡିକ ସମ୍ଭାଲରେ କିପରି ପହଞ୍ଚିଛି ଏବଂ କେଉଁ ଅସ୍ତ୍ରରେ ବ୍ୟବହାର କରାଯାଇଛି ସେନେଇ ମଧ୍ୟ ଅନୁସନ୍ଧାନ କରାଯିବ। ଘଟଣାସ୍ଥଳରେ ଥିବା ଡ୍ରେନରୁ  ୬ଟି କାର୍ଟ୍ରିଜ ଜବତ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ପାକିସ୍ତାନରେ ତିଆରି ହୋଇଥିବାବେଳେ ଅନ୍ୟଟି ଆମେରିକାରେ ନିର୍ମିତ ହୋଇଛି। ମ୍ୟୁନିସିପାଲିଟି କର୍ପୋରେସନ୍ ଟିମ୍ ସହିତ ଫୋରେନସିକ୍ ଟିମ୍ ଦ୍ୱାରା ତଦନ୍ତ ସମୟରେ କାର୍ଟ୍ରିଜ୍ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *