ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ପାଳିତ

ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ପାଳିତ
ଛେଣ୍ଡିପଦା, ୧୯।୧୧: ଛେଣ୍ଡିପଦା ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ବିରାଙ୍ଗନା ଯୋଦ୍ଧା ଝାନ୍‌ସି ରାଣୀ ଲକ୍ଷ୍ମୀବାଇଙ୍କ ୧୯୬ତମ ଜୟନ୍ତୀ ପାଳିତ ହୋଇଛି। ଏବିଭିପି ନଗର ଶାଖା ତତ୍ତ୍ବାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଝାନ୍ସି ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜିଲ୍ଲା ସଂଯୋଜକ ଆଶିଷ କୁମାର ବେହେରା ଯୋଗଦେଇ ଭାରତ ସ୍ଵାଧୀନତା ସଂଗ୍ରାମରେ ଝାନ୍ସୀ ରାଣୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ା ଛେଣ୍ଡିପଦା ନଗର ସମ୍ପାଦିକା ରଞ୍ଜୁବାଳା ପ୍ରଧାନ ରାଣୀ ଲକ୍ଷ୍ମୀବାଇଙ୍କ ବୀରତ୍ଵ ସାହସିକତା ଓ ଦେଶପ୍ରେମରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହସମ୍ପାଦିକା କ୍ରିଷ୍ଣା ବାଘ, ସୁପ୍ରିୟା ବେହେରା, ଗୀତାଞ୍ଜଳି ବେହେରା, ପ୍ରିୟଙ୍କା ନାଏକ, ବିଚିସ୍ମିତା ସାହୁ, ରାହୁଲ କୁମାର ରାଣା, ଶତ୍ରୁଜିତ ଦାସ, ନରେନ୍ଦ୍ର କୁମାର ସାହୁଙ୍କ ସମେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *