କୋଣାର୍କ: ନଳକଣ ଗ୍ରାମର କାଙ୍ଗା ବେହେରା, ଚାଳକ ଫକିର ସାହୁ କିଛି ଗୋରୁଙ୍କୁ ଚାଲାଣ କରୁଥିବା ସମୟରେ ଘଟଣାସ୍ଥଳରେ
ବିଶ୍ବ ହିନ୍ଦୁ ପରିଷଦ, ଗୋ-ସୁରକ୍ଷା ସମିତି ଓ ବଜରଙ୍ଗ ଦଳର କିଛି ବ୍ୟକ୍ତି ପହଞ୍ଚିଥିଲେ। ଗାଡ଼ି ସହ ଦୁଇ ଚାଲାଣକାରୀଙ୍କୁ ଅଟକ ରଖ୍ ଥାନାରେ ଜିମା ଦେଇଥିଲେ। ଥାନାରେ ବିଶ୍ବ ହିନ୍ଦୁ ପରିଷଦ ଜିଲା ସାଧାରଣ ସମ୍ପାଦକ ରଘୁନାଥ ମହାପାତ୍ର, କୋଣାର୍କ ଶାଖା ସଭାପତି ଭାଗୀରଥି ସ୍ବାଇଁ, ଗୋ- ସୁରକ୍ଷା ସମିତି ସଭାପତି ମିହିର ରଞ୍ଜନ ଦୀକ୍ଷିତ୍ ଓ ବଜରଙ୍ଗ ଦଳ କର୍ମକର୍ତ୍ତା କୋଣାର୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଗାଡ଼ି ୨ ଜଣଙ୍କୁ ଅଟକ ରଖ୍ ପରେ ଛାଡ଼ିଦେଇଛି।