ଗୋରୁଚାଲାଣ ଅଭିଯୋଗରେ ଜଣେ ଗିରଫ


ଖୋର୍ଦ୍ଧା:ବେଆଇନ ଗୋରୁ ଚାଲାଣ ଅଭିଯୋଗରେ କରିଥିବା ଅକ୍ଟୋବର ୨୮ ତାରିଖ ଦିନ ଆଦର୍ଶ ଥାନା ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି। ବେଆଇନ ଭାବେ ବୋଲଗଡ଼ରୁ ଭଦ୍ରକ ଅଭିମୁଖେ ଏକ ଟ୍ରକରେ ଗୋରୁ ବୋଝେଇ କରି ଚାଲାଣ କରୁଥିବା ସମୟରେ ସ୍ଥାନୀୟ ନୂଆ ବସ୍ର ହଣିସ୍ଥଳଠାରେ ଆଦର୍ଶ ପୁଲିସ ଏହି ଗାଡିକୁ ଜବତ କରିଥିଲା। ଏଥିରେ ସମ୍ପୃକ୍ତି ଥୂବା ଅଭିଯୋଗରେ ଅଭିଯୁକ୍ତ ତଥା ଭଦ୍ରକ ଜିଲା ପୁରୁଣା ବଜାର ର ସାଜିରୁଦ୍ଦିନ (୩୩) ଙ୍କୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ସୂଚନାଯୋଗ୍ୟ
ବିଭିନ୍ନ ସମୟରେ ସହର ସମେତ ଏହାର ଆଖପାଖ ଇଲାକାରେ ଗୋଚାଲାଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ଆଇଆଇସି ସଞ୍ଜୟ ନାୟକଙ୍କ ନେତୃତ୍ବରେ ଏହି ଗୋଚାଲାଣକାରୀଙ୍କୁ ଗିରଫ କରାଯାଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *