ମାଟିରେ ପ୍ରସ୍ତୁତ ସାମଗ୍ରୀ ପ୍ରତି ଆଦର କମୁଛି


ମହୀଧରପୁର,: ପାଳିତ ହୋଇ ଯାଇଛି ଆଲୋକର ପର୍ବ ଦୀପାବଳି। ଲୋକମାନେ ଏଥିପାଇଁ ସେମାନେ କୁମ୍ଭକାରମାନଙ୍କଠାରୁ ମାଟିଦୀପ କିଣି ଥାଆନ୍ତି। ଏହିପରି କିଛି ପର୍ବପର୍ବାଣି ଓ ଧାର୍ମିକ ଉତ୍ସବରେ ମାଟିଦୀପ, ସରା, ମାଠିଆ ଇତ୍ୟାଦି ମାଟିରେ ପ୍ରସ୍ତୁତ ସାମଗ୍ରୀ ଆବଶ୍ୟକ ହୋଇଥାଏ| ହାଣ୍ଡି, ମାଠିଆ, ବଣା ଇତ୍ୟାଦି ମାଟି ସାମଗ୍ରୀ ଆଜିକାଲି ଲୋକମାନେ ଆଉ ବ୍ୟବହାର କରୁନାହାନ୍ତି। ପୁରୁଷାନୁକ୍ରମେ ମାଟିପାତ୍ର ଗଢ଼ି ଜୀବିକା ନିର୍ବାହ କରିଆସୁଥିବା କୁମ୍ଭକାର ପରିବାରମାନେ ତେଣୁ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି। ଏହା କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା କାଂକଦିଆ ପଂଚାୟତର ଏଣ୍ଡର ଗାଁର କୁମ୍ଭାରସାହିରେ ଥିବା କୁମ୍ଭକାରମାନେ| ମାଟିପାତ୍ରର ଆଦର କମୁଥିବାରୁ ଏହି ପରିବାରର ଯୁବପିଢ଼ି ନିଜ ବୃଷ୍ଟିରୁ ମୁହଁ ଫେରାଉଛନ୍ତି। ଏବେ ମାଟିପାତ୍ରର ସ୍ଥାନ ନେଇଛି ଆଲୁମିନିୟମ୍, ପ୍ଲାଷ୍ଟିକ୍ ସାମଗ୍ରୀ। କୁମ୍ଭକାରମାନେ ନିଜର କୌଳିକ ବୃତ୍ତି ବଜାୟ ରଖିବା ନିମନ୍ତେ ସଂଘର୍ଷ କରୁଛନ୍ତି। ପ୍ରମୁଖ କୁମ୍ଭକାରମାନେ କହିଛନ୍ତି ଯେ ସେମାନେ ୫୦ ବର୍ଷ ଧରି ମାଟିପାତ୍ର, ଦୀପ ଇତ୍ୟାଦି ତିଆରି କରି କୌଳିକ ବୃତ୍ତ ବଞ୍ଚାଇ ଆସିଥିଲେ। କିନ୍ତୁ ଆଜିକାଲି ମାଟିପାତ୍ର ପ୍ରତି ଆଦର କମିଥିବାରୁ ସେମାନେ ଚଳିବା କଷ୍ଟକର ହେଉଛି। ଯଦି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ବଢ଼ିବ ଓ ମାଟିପାତ୍ର ପ୍ରତି ଲୋକମାନଙ୍କ ଆଗ୍ରହ ଫେରିଆସିବ, ତେବେ ହୁଏତ ସେମାନେ କୌଳିକ ବୃଷ୍ଟି ବଜାୟ ରଖି ପାରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *