ମାଟିଦୀପ ଜାଗାରେ କସ୍‌ମେଟିକ ଦୀପ ଚାହିଦା ବଢ଼ିବାରେ ଲାଗିଛି।


ବ୍ରହ୍ମପୁର,: ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଚାଇନାମାଟି ସାମଗ୍ରୀ ଏହାର ସ୍ଥାନ ନେଇଛି। କେବଳ ପଜା ପର୍ବାଣୀ ସମୟରେ ମାଟିଦୀପ ନଇତ୍ୟାଦି ଖୋଜା ପଡ଼େ। ଚାହିଦା କମୁଥିବାରୁ ବର୍ତ୍ତମାନ ଅଳ୍ପ କିଛି କୁମ୍ଭାର ପରିବାର ମାଟି ସାମଗ୍ରୀ ତିଆରି କରି ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। କିନ୍ତୁ ମାଟି ସାମଗ୍ରୀ ବିକ୍ରି କରି ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଥିବା କୁମ୍ଭାର ସଂପ୍ରଦାୟର ପରିବାର କହିଛନ୍ତି। ଫଳରେ କୌଳିକ ବୃତ୍ତି ବଞ୍ଚାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କଷ୍ଟକର ହୋଇପଡ଼ିଛି। ମାଟିଦୀପ ଜାଗାରେ କସ୍‌ମେଟିକ ଦୀପ ଚାହିଦା ବଢ଼ିବାରେ ଲାଗିଛି।

କୁମ୍ଭାର ପରିବାରଙ୍କ ନିକଟରୁ ମାଟିଦୀପ କିଣି ଆଣି ବାଣ୍ଟିଛନ୍ତି ଯୁବ ସମାଜସେବୀ ଏସ. ଅଜିତ କୁମାର ପାତ୍ର। ଗାନ୍ଧୀନଗର ଛକରେ ପ୍ରାୟ ୧୦ ହଜାର ମାଟିଦୀପ ବଣ୍ଟନ କରିଛନ୍ତି ଶ୍ରୀ ପାତ୍ର।

ଯଦି ପ୍ରଶାସନ ପକ୍ଷରୁ ମାଟି ସାମଗ୍ରୀ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ କୁମ୍ଭାର ପରିବାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ ତେବେ ଏହି କୌଳିକ ବୃତ୍ତି ବଞ୍ଚି ରହିବ ଓ ଦୀପାବଳିରେ ସମସ୍ତେ ଘରେ ଘରେ ମାଟିଦୀପ ଜାଳିବା ପାଇଁ ଶ୍ରୀ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *