Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଜପତି ଜିଲ୍ଲାରେ ୪ଟି ଟ୍ରକ୍‌ରେ ପ୍ରାୟ ୧୦୦ଟି ଗୋରୁ ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଜପତି ଜିଲ୍ଲାରେ ୪ଟି ଟ୍ରକ୍‌ରେ ପ୍ରାୟ ୧୦୦ଟି ଗୋରୁ ଚାଲାଣ


ରା.ଉଦୟଗିରି: ଗଜପତି ଜିଲ୍ଲାରେ ଅକ୍ଟୋବର ୩୦ ତାରିଖ ଦିନ ୪ଟି ଟ୍ରକ୍‌ରେ ପ୍ରାୟ ୧୦୦ଟି ଗୋରୁ ଚାଲାଣ ହେଉଥିବା ଖବର ପାଇ ରଣ୍ଡିବା ଗ୍ରାମର ପୂର୍ବତନ ସରପଞ୍ଚ ନାରାୟଣ ନାୟକ ଗାଡ଼ିଗୁଡ଼ିକୁ ଅଟକାଇ ଥିଲେ। କିନ୍ତୁ, ଘଟଣାସ୍ଥଳରୁ ୩ଟି ଟ୍ରକ ଚମ୍ପଟ ମାରିଥିବା ବେଳେ ଗୋଟିଏ ଟ୍ରକ(କେଏ ୪୫ ଏ ୪୪୩୧) ରଣ୍ଡିବା ଠାରେ ଅଟକି ଯାଇଥିଲା। ଏଥିରେ ୨୦ରୁ ଉର୍ଦ୍ଧ ଗୋରୁ ଥିଲେ। ସଙ୍ଗେ ସଙ୍ଗେ ରା.ଉଦୟଗିରି ପୁଲିସକୁ ସୂଚନା ଦିଆଯାଇଥିଲା। ରା.ଉଦୟଗିରି ପୁଲିସ ସବୁ ଗୋରୁଙ୍କୁ ନିଜ ଜିମାକୁ ନେଇଥିବା ବେଳେ ଟ୍ରକ ଚାଳକ ଓ ହେଲପରଙ୍କୁ ଧରି ଅଧିକ ପଚରାଉଚୁରା ଚଳାଇଛି। ତେବେ, ରାୟଗଡ଼ ବ୍ଲକର ସ୍ଥାନୀୟ ଅଞ୍ଚଳବାସୀ ଜିରାଙ୍ଗ ନିକଟରେ ଖସି ଯାଇଥିବା ୩ଟି ଟ୍ରକକୁ ଅଟକାଇ ଥିବା ଜଣାପଡ଼ିଛି। ୨ ମାସ ତଳେ ଅଗଷ୍ଟ ୧୫ ତାରିଖ ଦିନ ଛେଳିଗଡ଼ ହାଟରୁ କିଣା ଯାଇଥିବା ୧୪୬ ଗୋରୁପଲଙ୍କୁ ଚଲାଇ ଚଲାଇ ନେଉଥିବା ବେଳେ ରା.ଉଦୟଗିରି ଠାରୁ ୪କିଲୋମିଟର ବୁଦ୍ଧିଶୀଳ ଘାଟିରେ ରାଜ୍ୟ ବାଣିଜ୍ୟ, ପରିବହନ ଓ ପର୍ଯ୍ୟଟନ ମନ୍ତ୍ରୀ ବିଭୁତି ଜେନା ତାକୁ ଅଟକାଇଥିଲେ। ଗୋରୁ ଚାଲାଣ ସହ ଗୋରୁ ହାଟ ବନ୍ଦ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବା ସକାଶେ ପୁଲିସକୁ କହିଥିଲେ। ତା’ପରଠାରୁ ରା.ଉଦୟଗିରି ଦେଇ ଗୋରୁ ଚାଲାଣ ବନ୍ଦ ଥିବା ବେଳେ ଛେଳିଗଡ଼ ଠାରୁ ରାମଗିରି ମାର୍ଗ ଦେଇ ଗୋରୁଚାଲାଣ ହେଉଥିବାକୁ ମଧ୍ୟ ଆଜି ରୋକାଯାଇ ପାରିଛି। ଗୋରୁଚାଲାଣ ରୋକିବାରେ ଶ୍ରୀ ନାୟକଙ୍କ ସମେତ ସୁଦର୍ଶନ ନାୟକ, ଚକ୍ରଧର ବେହେରଦଳାଇ, ନରେନ୍ଦ୍ର ଜାନି, ସାରଥି ଜାନି, ବୁଧିଆ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply