ଗୋପ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା -ଛାତ୍ରଛାତ୍ରୀଙ୍କ ଦ୍ବାରା ୨୧୬ ପ୍ରକଳ୍ପ ପ୍ରଦର୍ଶିତ


ଛାତ୍ରଛାତ୍ରୀଙ୍କ ଦ୍ବାରା ୨୧୬ ପ୍ରକଳ୍ପ ପ୍ରଦର୍ଶିତ
ଗୋପ: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗୋପ ମାଟିଆଖାତଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ୍ ମଣ୍ଡଳ ଶିକ୍ଷାଧିକାରୀ ସୁଶିଲ୍ କୁମାର ବ୍ରହ୍ମା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ଅଶୋକ କୁମାର ବାରିକ, ଶିକ୍ଷକ ରାମକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ବିଜ୍ଞାନର ଉପକାରିତା ଭବିଷ୍ୟତ ସଂପର୍କରେ ବୁଝାଇଥିଲେ। ଏହି ଅବସରରେ କୁନିକୁନି ବୈଜ୍ଞାନିକମାନଙ୍କୁ ମୁଖ୍ୟଅତିଥି ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ବିଜ୍ଞାନ ଶିକ୍ଷକ ଆଲୋକ ରଞ୍ଜନ ପ୍ରଧାନ, ପ୍ରମୋଦ କୁମାର ବେହେରା ଓ ମନୋରଞ୍ଜନ ସୁବୁଦ୍ଧି ଛାତ୍ରଛାତ୍ରୀଙ୍କ ଦ୍ଵାରା ଉପସ୍ଥାପିତ ସମସ୍ତ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ। ପୁରସ୍କୃତ ହୋଇଥିବା ଶିଶୁମାନଙ୍କ ମଧ୍ୟରେ ସିନିୟର୍ ଗ୍ରୁପ୍‌ରେ ଜୀବନଜ୍ୟୋତି ଭୂୟାଁ ପ୍ରଥମ, ବଦ୍ରିବିଶାଲ ମହାନ୍ତି ଦ୍ଵିତୀୟ,ଦ୍ଵିତିମାନ ସ୍ଵାଇଁ ତୃତୀୟ ହୋଇଥିବା ବେଳେ ସବୁ ସିନିୟର୍ ଗ୍ରୁପରେ ରାଜେଶ ଦାଶ ପ୍ରଥମ, ସୂର୍ଯ୍ୟ ପ୍ରକାଶ ପ୍ରଧାନ ଦ୍ବିତୀୟ, ସତ୍ୟସାଇ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ଜୁନିୟର୍ ଗ୍ରୁପରେ ଆୟୁଷ ସାହୁ ପ୍ରଥମ, ସଲୋନି ମାଟି ଦ୍ଵିତୀୟ ଓ ଆଦ୍ୟାଶା ଅନୁଭବା ମଲ୍ଲିକ ତୃତୀୟ ସ୍ଥାନ ପାଇଥିବା ବେଳେ ସବ୍‌ଜୁନିୟର୍ ଗ୍ରୁପରେ ସାଇମନ ସେନାପତି ପ୍ରଥମ, ଅଦିତି ସାହୁ ଦ୍ୱିତୀୟ ଓ ଆୟୁଷ୍ମାନ ପ୍ରିୟଦର୍ଶୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସବ୍‌ଜୁନିୟର୍ ଗ୍ରୁପ୍‌ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନାଗପୁରର ଛାତ୍ରୀ ଶୁଚିସ୍ମିତା ବେହେରା ପ୍ରଥମ ଓ ପ୍ରୀତି ପ୍ରତ୍ୟୁଷ ପରିଡ଼ା ଦ୍ଵିତୀୟ, ସ୍ଵାତୀ ସୁଚରିତା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମଦରଙ୍ଗର ଛାତ୍ର ସ୍ନେହବ୍ରତ । ପ୍ରଧାନ ପ୍ରଥମ, ପ୍ରଜ୍ଞା ପାରମିତା ନାୟକ ଦ୍ୱିତୀୟ, ସତ୍ୟଜିତ ଦାଶ ତୃତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ଗୁରୁମା ରିନାବାଳା ସାହୁ, ଅନୀତା ମିଶ୍ର, ଅନସୂୟା ବିଶ୍ଵାଳ, ଚାନ୍ଦିନୀ ମହାନ୍ତି, ସୋନାଲି ବିଶ୍ଵାଳ, ଦିପ୍ତିମୟୀ ମଲ୍ଲିକ, ତାରାପ୍ରସାଦ ଜୟଶ୍ରୀ ଦାଶ, ପିଙ୍କି ପାଣି, ଦିପିକା ବେହେରା, ପ୍ରକାଶ ନାୟକ, ସସ୍ମିତାରାଣୀ ପ୍ରଧାନ, ରାନୀ ମାଝୀ, ରଶ୍ମିତା ସାହୁ, ଦେବାଶିଷ ଭଟ୍ଟ, ପୁଷ୍ପାଞ୍ଜଳି ଦାସ, ଟିକନ ମଲ୍ଲିକ, ସୁନନ୍ଦା ମହାପାତ୍ର, ପ୍ରତିମା ଓଝା ପ୍ରମୁଖ ପରିଚାଳନା କରିଥିଲେ। ମାଟିଆଖାତ ଶିଶୁମନ୍ଦିର ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ଦାସଙ୍କୁ ଆଜିର ବିଜ୍ଞାନମେଳାରେ ସମ୍ବଦ୍ଧିତ କରାଯାଇଥିଲା । ସମ୍ପାଦକ ଅଜୟ ନାୟକ ବିଜ୍ଞାନମେଳାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *