ସଂକୁଳସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ

ସଂକୁଳସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ
ଲୋଇସିଂହା:ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳସ୍ତରୀୟ ଯୋଗ, ସ୍ବଦେଶୀ କାର୍ଯ୍ୟଶାଳା ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ା ସଂକୁଳ ସଂଯୋଜକ ତଥା ଲୋଇସିଂହା ଶିଶୁ ବିଦ୍ୟାମନ୍ଦିର ପ୍ରଧାନା ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପରିଚାଳନା ସମିତି ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସଭ୍ୟ ବିମଳ ଚରଣ ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ ଶାରୀରିକ, ମାନସିକ, ଏବଂ ବୌଦ୍ଧିକ ବିକାଶ କ୍ଷେତ୍ରରେ ଯୋଗ, ଯଜ୍ଞ ଏବଂ ଆୟୁର୍ବେଦର ଉପାଦେୟତା ଉପରେ ଗୁରୁତ୍ବାରୋପ କରିଥିଲେ । କୁଶଙ୍ଗ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଭାଗ୍ୟଦତ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଚାଳନା ସମିତି କୋଷାଧ୍ୟକ୍ଷ ପ୍ରଶାନ୍ତ ବେହେରା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *