Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱଚ୍ଛତା ଓ ସାଧୁତା ସହ ଲୋକଙ୍କ ସେବା କରନ୍ତୁ : ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱଚ୍ଛତା ଓ ସାଧୁତା ସହ ଲୋକଙ୍କ ସେବା କରନ୍ତୁ : ମୁଖ୍ୟମନ୍ତ୍ରୀ

ସ୍ୱଚ୍ଛତା ଓ ସାଧୁତା ସହ ଲୋକଙ୍କ ସେବା କରନ୍ତୁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡିଶାର ରାଜଧାନୀରେ ଅବସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରଠାରେ ମଙ୍ଗଳବାର ଆୟୋଜିତ ନିଯୁକ୍ତିପତ୍ର ପ୍ରଦାନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ନିଜର ପ୍ରତିଭା, ଦକ୍ଷତା, ଅଧ୍ୟବସାୟ ଓ କଠିନ ପରିଶ୍ରମ ଦ୍ଵାରା ଏହି ସଫଳତା ପାଇଛନ୍ତି। ଶକ୍ତି କ୍ଷେତ୍ରରେ ବିକାଶପାଇଁଦୀର୍ଘମିଆଦୀ ଯୋଜନା ନିଯୁକ୍ତିପତ୍ର ଏକ ସରକାରୀ ଚାକିରି ନୁହେଁ ବରଂ ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବାର ଏକ ସୁବର୍ଣ୍ଣ ସୁଯୋଗ। ମାନବିକତା ଧର୍ମରେ ବ୍ରତୀ ହୁଅନ୍ତୁ । ନିଜକୁ ଜଣେ ଭଲ ମଣିଷ ଭାବରେ ଗଢ଼ିବା ଦିଗରେ ପ୍ରଯତ୍ନ ହୁଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ସଜୋଟତା, ସ୍ଵଚ୍ଛତା ଓ ସାଧୁତାକୁ ଅବଲମ୍ବନ କରିବା ସହିତ ଦୁର୍ନୀତିକୁ ପ୍ରଶ୍ରୟ ନଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଷ୍ଟ୍ର ନିର୍ମାଣ ଓ ଦେଶ ପାଇଁ ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରିବା ଦିଗରେ ସର୍ବଦା ତପ୍ତର ରହିବାକୁ ନବନିଯୁକ୍ତ ଅଧ୍ବକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସମସ୍ତ ବିଭାଗରେ ସ୍ବଚ୍ଛତା ଆଣିବାକୁ ସରକାର ପ୍ରତିବଦ୍ଧ ହୋଇ କାମ କରୁଛନ୍ତି । ସମାଜର ପଛୁଆ, ଅବହେଳିତ, ଆଦିବାସୀ, ଦଳିତ ସଂପ୍ରଦାୟକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ଆପଣମାନେ ପ୍ରୟାସ ଜାରି ରଖୁବା ପାଇଁ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।
ବିଦ୍ୟୁତ୍ ବିଭାଗରେ ସଂସ୍କାର ଓ ବିଭାଗକୁ କ୍ରିୟାଶୀଳ କରିବା ପାଇଁ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାରେ ଶକ୍ତି କ୍ଷେତ୍ରର
ବିକାଶ ସହିତ ବିତରଣ ଓ ସଞ୍ଚାରଣ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ’ ଯୋଜନା, ‘ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢୀକରଣ’ ଯୋଜନା ଏବଂ ‘ଓଡ଼ିଶା ବିଦ୍ୟୁତ ସଞ୍ଚାରଣ ବ୍ୟବସ୍ଥା ସୁଦୃଢୀକରଣ’ ଯୋଜନା କାର୍ଯ୍ୟକାରୀ ହେବ । ଏହି ତିନୋଟି ଯୋଜନା ପାଇଁ ୨୩୬୬ କୋଟି ଟଙ୍କା ଅଟକଳ ରଖାଯାଇଛି। ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ପାଇଁ ଚଳିତ ବର୍ଷ ବଜେଟରେ ୨୧ହଜାର ୨୦୦ କୋଟି ଟଙ୍କା ବ୍ୟୟବରାଦ ରହିଛି। ବିଗତ ବର୍ଷ ତୁଳନାରେ ୩୨% ଅଧିକ । ପାଞ୍ଚବର୍ଷ ମଧ୍ୟରେ ୧.୫ଲକ୍ଷ ପଦ ପୂରଣ ପାଇଁ ସରକାର ନିଷ୍ପତ୍ତି ନେଇଥ‌ିବାମୁଖ୍ୟମନ୍ତ୍ରୀ ଶ୍ରୀ ମାଝା ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଜୀବନରେ ବାଟ ଅଙ୍କାବଙ୍କା ଥିଲେ ମଧ୍ୟ ସବୁବେଳେ ସିଧା ରାସ୍ତାରେ ଚାଲିବାକୁ ପରାମର୍ଶ ଦେଇଥିଲେ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ଅବସରରେ ୩ଟି ବିଭାଗର ଉପସ୍ଥିତ ୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ସ୍ୱଚ୍ଛତା ଓ ସାଧୁତା ସହ ଲୋକଙ୍କ ସେବା କରନ୍ତୁ : ମୁଖ୍ୟମନ୍ତ୍ରୀ

Leave a Reply