ତିରୁପତି ପ୍ରସାଦ ତିଆରିରେ ଚର୍ବିମିଶା ଘିଅ ବ୍ୟବହାର ପ୍ରସଂଗ-ଧର୍ମାନ୍ତରଣ ପାଇଁ ଚକ୍ରାନ୍ତ ହୋଇଥିଲା; ଶଙ୍କରାଚାର୍ଯ୍ୟ




ସମ୍ବଲପୁର: ଚର୍ବି ଓ ମାଛ ତେଲ ମିଶ୍ରିତ ଘିଅରେ ତୁରପତି ପ୍ରସାଦ ତିଆରି ପ୍ରସଂଗରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଅକ୍ଟୋବର 7 ତାରିଖ ଦିନ ଏଠାରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ଆଜି ସମ୍ବଲପୁରରେ ଗଣମାଧ୍ୟମକୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ବତୀ କହିଛନ୍ତି ଯେ, ଚର୍ବି ଓ ମାଛତେଲ ମିଶ୍ରିତ ଘିଅରେ ତୁରପତି ପ୍ରସାଦ ତିଆରି କରାଯିବା ପଛରେ ରହିଥିଲା ଧର୍ମାନ୍ତରଣ ପାଇଁ ଚକ୍ରାନ୍ତ। ଧର୍ମାନ୍ତରଣ ନିମନ୍ତେ ଏକ ବଡ଼ ବ୍ରକାନ୍ତ ହୋଇଥିଲା । ଏଭଳି ପ୍ରସାଦ ଖାଇଥିବାରୁ ଅପବିତ୍ର ହୋଇଯାଇଥିବା ଦର୍ଶାଇ ହିନ୍ଦୁ ଧର୍ମାବଳମ୍ବୀଙ୍କୁ ଅନ୍ୟ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇଥାନ୍ତେ ବୋଲି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ଵତୀ କହିଛନ୍ତି। ଲୋକଙ୍କ ମନରେ ପବିତ୍ରତା ଏବଂ ଘରେ ପତିବ୍ରତା ନାରୀ ହେଉଛି ହିନ୍ଦୁଧର୍ମର ସ୍ବତନ୍ତ୍ରତା ଅନ୍ୟ କୌଣସି ଧର୍ମରେ ପତିବ୍ରତା ନାହିଁ। କିନ୍ତୁ, ଏବେ ପତିବ୍ରତା ଓ ପବିତ୍ରତାକୁ ଭାଂଗ କରିବାକୁ ସବୁବେଳେ ବିଧର୍ମୀମାନଙ୍କ ଦ୍ବାରା ପ୍ରୟାସ କରାଯାଉଛି। ପବିତ୍ରତାରୁ ପୁଣ୍ୟ ମିଳେ। ପବିତ୍ରତାକୁ ନଷ୍ଟ କରିବା ପାପ ତିରୁପତି ପ୍ରସାଦ କ୍ଷେତ୍ରରେ ବି ପବିତ୍ରତାକୁ ବି ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ପବିତ୍ରତା ନଷ୍ଟ ହୋଇଥିବା ଦର୍ଶାଇ ଲୋକଙ୍କ
ମନକୁ ଗ୍ଳାନିରେ ଭରିଦେବା ପରେ ଅନ୍ୟ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଏହାର ଉଦ୍ଦେଶ୍ୟ ରହିଥିଲା। ତେବେ, ଚକ୍ରାନ୍ତକୁ ସଫଳ ହେବାକୁ ଆମେ ଦେବା ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଗୋମାତାଙ୍କ ସମ୍ମାନ ପ୍ରତିଷ୍ଠା ପାଇଁ ସାରା ଦେଶ ଭ୍ରମଣରେ ବାହାରିଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ କାର୍ଯ୍ୟକ୍ରମ ସାରି ଗତରାତିରେ ସମ୍ବଲପୁର ପହଂଚିଥିବା ବେଳେ ଆଜି ପୁଣି ରାୟପୁର ଅଭିମୁଖେ ଯାତ୍ରା କାର୍ଯ୍ୟକ୍ରମ ରହିଛି। ସବୁ ରାଜ୍ୟର ରାଜଧାନୀକୁ ଯାତ୍ରା କରି ଗୋମାତାଙ୍କ ସମ୍ମାନ ପ୍ରତିଷ୍ଠା ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି । ମହାରାଷ୍ଟ୍ରରେ ଗାଈଙ୍କୁ ଗୋମାତାର ମାନ୍ୟତା ମିଳିଛି। ଅନ୍ୟ ରାଜ୍ୟମାନେ। ମଧ୍ୟ ଏଭଳି ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ଗୋମାତା ମାନ୍ୟତା ଦିଆଗଲେ ଗାଈ ଆଉ ପଶୁତାଲିକାରେ ରହିବ ନାହିଁ। ଗୋମାତା ସୁରକ୍ଷିତ ରହିପାରିବେ। ଲୋକମାନେ ମଧ୍ୟ ଯେଉଁ ଦଳ ଗୋମାତାଙ୍କ ସୁରକ୍ଷା କରିବେ, ତାହାକୁ ଭୋଟ ଦେବା ଉଚିତ ବୋଲି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ଵତୀ କହିଛନ୍ତି। ରାୟପୁର ଯିବା ପୂର୍ବରୁ ଆଜି ସକାଳେ ସେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *