୫୦ ପ୍ରକଳ୍ପ ପ୍ରଦର୍ଶନ କଲେ କୁନି ବୈଜ୍ଞାନିକ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

ବଡ଼ମ୍ବା: ବଡମ୍ବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟା ସନ୍ଧ୍ୟାରାଣୀ ମଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ୫୦ ଜଣ ବିଦ୍ୟାର୍ଥୀ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ଧଳ, ଅକ୍ଷୟ କୁମାର ବଳବନ୍ତରାୟ, ରଣସିଂହ ଦାସ ଓ ଜଗନ୍ନାଥ ଜେନା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ୧୮ ଶେଷ୍ଠ ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ମନୋନିତ କରିଥିଲେ। ବିଜ୍ଞାନ ମେଳାରେ ଅରୁଣ କକ୍ଷରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଭାଗ ନେଇଥିଲେ । ଶିଶୁ ବିଦ୍ୟାମନ୍ଦିର ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଚାଳନା କମିଟି ସମ୍ପାଦକ ରଶ୍ମି ରଞ୍ଜନ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦିକା ରୋଜାଲିନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *