ସାଲେପୁରରେ ଗୋ-ସେବକ ସମ୍ମିଳନୀ


ସାଲେପୁର- ଗୋ-ଜାତିର ବିକାଶ ନହେଲେ ଏହି ଜାତିର ବିକାଶ ହୋଇପାରିବ ନାହିଁ ବୋଲି ସାଲେପୁର ନିକଟସ୍ଥ ଶ୍ରୀ କଳାମ୍ନୀ ପୀଠ ପରିସରରେ ଅନୁଷ୍ଠିତ ଗୋ- ସେବକମାନଙ୍କ ସମ୍ମିଳନୀରେ ଯୋଗଦେଇ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ ମତ ପ୍ରକାଶ କରିଛନ୍ତି । ଗୋ-ସେବକ ତଥା ସଂଗଠକ ଅବିନାଶ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଲେପୁର ସାରସ୍ଵତ ସମାରୋହ ସମିତିର ସଭାପତି ଅକ୍ଷୟ କୁମାର ଦାଶ ଅତିଥୁ ରୂପେ ଯୋଗଦେଇ ଥିଲେ। ପତଞ୍ଜଳି ଯୋଗ ସମିତିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏସ୍.ପି.ଡି.ଆର. ମହାପାତ୍ର, ଯୁବ ସମାଜସେବୀ ସତ୍ୟ ଶିବ ସୁନ୍ଦର କର ତାପସ କୁମାର ଜେନା, ଜୟରାମ ବେହେରା, ଅସୀମ ପଟ୍ଟନାୟକଙ୍କ ସମେତ ବହୁ ସଂଗଠକ ଓ ଗୋସେବକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *