Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସମ୍ମିଳନୀ

କଟକ: ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ କଟକ ଜିଲ୍ଲା ବାର୍ଷିକ ସମ୍ମିଳନୀ ମର୍କତନଗର ସେକ୍ଟର- ୯ ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ସଭାପତି ଆଇନଜୀବୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥ୍ୟ ରୂପେ ଭାରତୀୟ ମଜଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ସମ୍ମିଳନୀକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥ୍ୟ ରୂପେ ସଂଘର ପୂର୍ବତନ ରାଜ୍ୟ ସଭାପତି ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଏସ. ଶ୍ରୀନିବାସ ରାଓ, ରାଜ୍ୟ କମିଟି ସଦସ୍ୟ ବସନ୍ତ ସାହୁ, ଅବସରପ୍ରାପ୍ତ ସହକାରୀ ଶ୍ରମ କମିଶନର ଦୁର୍ଗା ଚରଣ ଓଝା, ଅଙ୍ଗନବାଡି ସଂଗଠନ କଟକ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ସୁବୁଦ୍ଧି ରାୟ ପ୍ରମୁଖ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କମିଟି ସଦସ୍ୟ ଶ୍ରୀ ସାହୁଙ୍କୁ ସମ୍ବଦ୍ଧିତ କରାଯାଇଥିଲା । କଟକ ଜିଲ୍ଲା ସଭାପତି ଆଇନଜୀବୀ ରମାକାନ୍ତ ସାହୁ, ଉପସଭାପତି ରବିନାରାୟଣ ସାହୁ, ବୈକୁଣ୍ଠ ବିହାରୀ ନାୟକ, ପୁଷ୍ପଲତା ସୁବୁଦ୍ଧି ରାୟ ସମ୍ପାଦକ ପ୍ରଭୁଦତ୍ତ ମିଶ୍ର, ସଂଗଠନ ସମ୍ପାଦିକା ଇତିଶ୍ରୀ ଦାଶ, ସହ ସମ୍ପାଦକ ଅଶୋକ ସ୍ବାଇଁ, ବିନୋଦ ପତି, ପ୍ରବୀଣା ଭୋଇ, କୋଷାଧ୍ୟକ୍ଷ ସବିତା ସାହୁଙ୍କ ସମେତ ୧୪ ଜଣ ଜିଲ୍ଲା କମିଟିର ସଦସ୍ୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘର ଲିଗାଲ ସେଲ କଟକ ଜିଲ୍ଲାର କାର୍ଯ୍ୟକର୍ତ୍ତା ପଦ୍ମାଳୟା ମହାପାତ୍ର, ଦେବପ୍ରସାଦ ମହାପାତ୍ର, ଅରୁଣ ସାହୁ, ଜଗନ୍ନାଥ ମହାନ୍ତି ଏବଂ ସ୍ପନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥ‌ିବା ବେଳେ ଜିଲ୍ଲା ସମ୍ପାଦକ ପ୍ରଭୁଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply