ଧାର୍ମିକ ସ୍ଵାଧୀନତା ସମ୍ପର୍କିତ ଆମେରିକା ରିପୋର୍ଟକୁ ଭାରତର ଖଣ୍ଡନ

ଧାର୍ମିକ ସ୍ଵାଧୀନତା ସମ୍ପର୍କିତ ଆମେରିକା ରିପୋର୍ଟକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ଧାର୍ମିକ ସ୍ଵାଧୀନତା ଦିନକୁ ଦିନ କ୍ଷୁଣ୍ଣ ହେବାରେ ଲାଗିଛି ବୋଲି ଆମେରିକାର ଏକ କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟକୁ ଭାରତ ଅଗ୍ରାହ୍ୟ କରିଛି। ଆମେରିକା କମିସନ ଅନ ଇଣ୍ଟରନ୍ୟାସନାଲ ରିଲିଜିୟସ୍ ଫ୍ରିଡମ୍ (ୟୁଏସ୍‌ସିଆଇଆରଇ) ଦିଆଯାଇଥିବା ରିପୋର୍ଟରେ ଭାରତରେ ଧାର୍ମିକ ସ୍ଵାଧୀନତା ଦିନକୁ ଦିନ ହ୍ରାସ ପକ୍ଷରୁ

ପାଇବାରେ ଲାଗିଛି ବୋଲି ଦର୍ଶାଯାଇଛି । ଏପରିକି ଭାରତକୁ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ବିଶ୍ଵାସର ଦେଶ (କଣ୍ଟ୍ରି ଅଫ୍ ପର୍ଟିକ୍ୟୁଲାର କନସର୍ଶ) ବୋଲି କୁହାଯାଇଛି। ୟୁଏସ୍‌ସିଆଇଆରଇର ଏପରି ରିପୋର୍ଟକୁ ଭାରତ ଖଣ୍ଡନ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ ରିପୋର୍ଟରେ ଭାରତର ବାସ୍ତବ ତଥ୍ୟକୁ ଭୁଲ୍ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟ ସମ୍ପୂର୍ଣ୍ଣ ରୂପେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

Leave a Reply

Your email address will not be published. Required fields are marked *